‘ଦ୍ରୌପଦୀଙ୍କ ଆଖିରେ ଛଳଛଳ କୃତଜ୍ଞତା’

Advertisment
‘ଦ୍ରୌପଦୀଙ୍କ ଆଖିରେ ଛଳଛଳ କୃତଜ୍ଞତା’

ବାଲେଶ୍ବର: ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ତାଙ୍କୁ ଅନେକ ଲୋକ ସାକ୍ଷାତ କରୁଛନ୍ତି। ସେହିପରି ଓଡ଼ିଶାର ପଦ୍ମ ବିଜେତାମାନେ ମଧ୍ୟ ଦ୍ରୌପଦୀଙ୍କୁ ଭେଟିଛନ୍ତି। ଯେଉଁମାନଙ୍କ ମଧ୍ୟରେ ଜ୍ଞାନପୀଠ ବିଜେତା ପ୍ରତିଭା ରାୟ, ଲୋକକବି ହଳଧର ନାଗ, ଜୈବିକ କୃଷିରେ ସଫଳତା ଅର୍ଜନ କରିଥିବା ସାବରମତୀ, ସମାଜସେବୀ ଦୈତାରୀ ନାୟକ ତଥା ମୟୂରଭଞ୍ଜର ସାନ୍ତାଳୀ ଲେଖିକା ଦମୟନ୍ତୀ ବେଶ୍ରା ରହିଥିଲେ।

ଏ ନେଇ ଶ୍ରୀମତୀ ବେଶ୍ରାଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ କହିଲେ, ୨୨ ତାରିଖ ଦିନ ଆମକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟାହ୍ନଭୋଜନ ପାଇଁ ତାଙ୍କ ଘରକୁ ଡାକିଥିଲେ। ଅଫିସ୍‌ କାମ ସାରି ସେ ଘରେ ପହଞ୍ଚିବା ପରେ କହିଲେ ଯେ ଦ୍ରୌପଦୀ ମାଡାମ୍‌ ଖାଇ ସାରି ବିଶ୍ରାମ ନେବେ। ତେଣୁ ଆମେ ତାଙ୍କୁ ପ୍ରଥମେ ସାକ୍ଷାତ କରିବା ଏବଂ ପରେ ମଧ୍ୟାହ୍ନଭୋଜନ ଖାଇବା। ତେଣୁ ସ‌ମସ୍ତେ ଦ୍ରୌପଦୀ ମୁର୍ମୁଙ୍କ ଅସ୍ଥାୟୀ ବାସଭବନକୁ ଗଲୁ। ସେଠାରେ ତାଙ୍କୁ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇଲୁ। ସେ ଆମକୁ ଦେଖି ବେଶ୍‌ ଖୁସି ହେଲେ। ତାଙ୍କ ଆଖିରେ ଦେଶବାସୀଙ୍କ ପ୍ରତି କୃତଜ୍ଞତା ବାରି ହୋଇ ପଡ଼ୁଥିଲା। ତାଙ୍କୁ ଦେଖି ଲାଗୁଥିଲା, ସେ ଯେମିତି ରାଷ୍ଟ୍ର ପାଇଁ ଅନେକ କିଛି କରିବାକୁ ଇଚ୍ଛା ରଖିଛନ୍ତି। ନିଜ ଲୋକଙ୍କ ଭିତରୁ ଯାଇ ଦେଶବାସୀଙ୍କ ନିଜର ହେବା, ସେମାନଙ୍କ ସେବା କରିବା ବହୁତ ବଡ଼କଥା। ଆମେ ଆଶା କରିବା ଯେ, ଦ୍ରୌପଦୀ ମୁର୍ମୁ ଭବିଷ୍ୟତରେ ଜଣେ ସଫଳ ରାଷ୍ଟ୍ରପତି ହେବେ ଏବଂ ଭାରତୀୟ ଗଣତନ୍ତ୍ର ଇତିହାସରେ ନୂଆ ଉଦାହରଣ ସୃଷ୍ଟି କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe