ଆବାସ ତାଲିକାରେ ବହୁ ଅଯୋଗ୍ୟ ସାମିଲ!

Advertisment

ଜନପ୍ରତିନିଧିଙ୍କୁ ତାଲା ପକାଇଲେ ହିତାଧିକାରୀ

ଜନପ୍ରତିନିଧିଙ୍କୁ ତାଲା ପକାଇଲେ ହିତାଧିକାରୀ

ଆବାସ ତାଲିକାରେ ବହୁ ଅଯୋଗ୍ୟ ସାମିଲ!

କୋକସରା: କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତରେ ଆବାସ ତାଲିକାରେ ବହୁ ​ଅଯୋଗ୍ୟଙ୍କ ନାମ ରହିଥିବା ବେଳେ ଯୋଗ୍ୟ ହିତାଧିକାରୀ ବାଦ୍‌ ପଡ଼ିଛନ୍ତି। ଫଳରେ ଯୋଗ୍ୟ ହିତାଧିକାରୀ ଆଜି ଅସନ୍ତୋଷ ପ୍ରକାଶ କରି ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏଥିସହ ଜନପ୍ରତିନିଧିଙ୍କୁ ଅଫିସ୍‌ରେ ତାଲାମାରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସୂଚନାମତେ, ସୋମବାର ଲଡୁଗାଁ ପଞ୍ଚାୟତ ପକ୍ଷରୁ ଏକ ସ୍ବତନ୍ତ୍ର ଗ୍ରାମସଭା ଆୟୋଜନ କରାଯାଇଥିଲା। ଯେଉଁଥିରେ ଆବାସ ଯୋଜନା ଓ ଅନ୍ୟ ଯୋଜନା ଉପରେ ଆଲୋଚନା କରାଯିବାକୁ ରହିଥିଲା। ଏହି ସମୟରେ ଅଫିସ୍‌କୁ ଆସିଥିବା ହିତାଧିକାରୀ ଆବାସ ତାଲିକା ଦେଖି ତାଙ୍କ ନା’ ନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ପଞ୍ଚାୟତ ଅଫିସ୍‌ରୁ ବାହାରି ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଲଡୁଗାଁ ସରପଞ୍ଚ, ବ୍ଲକ ଉପାଧ୍ୟକ୍ଷ ଓ ୱାର୍ଡ଼ ସଭ୍ୟସଭ୍ୟାଙ୍କୁ ତାଲା ମାରି ଯୋଗ୍ୟ ହିତାଧିକାରୀଙ୍କ ବଦଳରେ ଅଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଦେବାର କାହାର ହାତ ରହିଛି ବୋଲି ପ୍ରଶ୍ନ କରିଥିଲେ। ଏହାକୁ ନେଇ ପଞ୍ଚାୟତ ଅଫିସ୍‌ ପରିସରରେ ଉତ୍ତେଜନା ଦେଖା ଦେଇଥିଲା। ଖବରପାଇ କୋକସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ପରିସ୍ଥିତି ଶାନ୍ତ ପଡ଼ିନଥିଲା। ବ୍ଲକ ପ୍ରଶାସନ ପକ୍ଷରୁ ଜିପିଓ ନାରାୟଣ ଭୋଇ ଆସି ହିତାଧିକାରୀଙ୍କ ସହ ଆଲୋଚନା କରି ଦ୍ଵିତୀୟ ପର୍ଯ୍ୟାୟରେ ବାଦ୍‌ ପଡ଼ିଥିବା ହିତାଧିକାରୀଙ୍କ ଆବାସ ଗୃହ ଆସିବ ବୋଲି ପ୍ରତିଶ୍ରୁତି ଦେବା ପରେ ଶାନ୍ତ ପଡ଼ିବା ସହ ଗେଟ୍‌ର ତାଲା ଖୋଲିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe