ମତଦାନରୁ ବଞ୍ଚିତ ବହୁ ନୂଆ ଭୋଟର: ଚିରିକୁଟ ପାଇ ବି ବୁଥ୍‌ରେ ନାଁ ନାହିଁ

Advertisment
ପଦ୍ମପୁର ଉପନିର୍ବାଚନ, ପ୍ରାର୍ଥୀଙ୍କୁ ମିଳିଲା ଦଳୀୟ ଚିହ୍ନ          

Sambad

ସମ୍ବଲପୁର: ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟ୍ ଦାନରୁ ବଞ୍ଚିତ ହୋଇଛନ୍ତି ଅନେକ ନୂଆ ଭୋଟର। ଭୋଟର ତାଲିକାରେ ନାଁ ଚଢ଼ିବା ପରେ ସେମାନେ ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ବେଶ ଉତ୍ସାହିତ ଥିଲେ। ନିଜ ନାଁ ଓ ଫଟୋ ଥିବା ଚିରିକୁଟ ବି ପାଇଥିଲେ। ହେଲେ ଭୋଟ ଦେବା ପାଇଁ ବୁଥ୍‌ରେ ପହଞ୍ଚିଲା ବେଳକୁ ମତଦାନ ଅଧିକାରୀଙ୍କ ପାଖରେ ଥିବା ତାଲିକାରେ ନାମ ନାହିଁ।  ଏମିତି ଜଣେ କି ଦୁଇ ଜଣ ନୁହଁ ପ୍ରତି ବୁଥ୍‌ରେ କିଛି କିଛି ନୂଆ ଭୋଟରଙ୍କୁ ନିରାଶ ହେବାକୁ ପଡ଼ିଛି। ଏମାନଙ୍କ ସଂଖ୍ୟା ନିର୍ଦ୍ଦିଷ୍ଟ ଭାବେ ଜଣା ପଡ଼ି ନଥିଲେ ବି ଏହା ବୁଥ୍ ପିଛା ହାରାହାରି ୧୦ରୁ ଅଧିକ ହେବ ବୋଲି ସ୍ଥାନୀୟ ପୁଲିଂ ଏଜେଣ୍ଟ ଓ ରାଜନୈତିକ କର୍ମୀ ମାନଙ୍କ ସୂତ୍ରରୁ ପ୍ରକାଶ।

ଭୋଟର ତାଲିକାରେ ନାଁ ଚଢ଼ି ପୁଣି ଚୂଡ଼ାନ୍ତ ତାଲିକାରୁ ବାଦ ପଡ଼ିବା କାରଣ କଣ ସେ ସଂପର୍କରେ ସମ୍ବଲପୁର ସଦର ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ପଚାରିବାରୁ ସେ କହିଲେ ଯେ ଏମିତି ସମସ୍ୟା ଆମ ନଜରକୁ ବି ଆସିଛି। ପ୍ରକୃତ‌େର ଜିଲ୍ଲା ପରିଷଦ ପାଇଁ ଅଲଗା ଭୋଟର୍ ଲିଷ୍ଟ ଆସେ। ଉକ୍ତ ତାଲିକା ସଂପର୍କରେ କାହାର ଆପତ୍ତି, ଅଭିଯୋଗ ଥିଲେ ନିର୍ଦ୍ଦିଷ୍ଟ ତାରିଖ ସୁଦ୍ଧା ଜଣାଇବାକୁ କହା ଯାଇଥିଲା।

ସେମାନେ ସେ ସମୟ ମଧ୍ୟରେ ତାଲିକା ଯାଞ୍ଚ କରି ନାମ ନଥିବା ସଂପର୍କରେ ଜଣାଇଥିଲେ ତାହା ଚୂଡ଼ାନ୍ତ ସଂଶୋଧିତ ତାଲିକ‌ାରେ ଚଢ଼ିଥାଆନ୍ତା। କିନ୍ତୁ ଯେଉଁମାନେ ଆପତ୍ତି କରିପାରି ନାହାନ୍ତି ସେମାନଙ୍କ ନାମ ବାଦ ପଡ଼ିଛି। ହେଲେ ଏହା ସ୍ଥାୟୀ ସମସ୍ୟା ନୁହେଁ। ପରବର୍ତ୍ତୀ ସଂଶୋଧନ ସମୟରେ ସେମାନେ ନିଜ ନାମ ଦାଖଲ କରାଇ ପାରିବେ ବୋଲି ସେ କହିଥିଲେ। ତେବେ ଏହି ଅସାମଞ୍ଜସ୍ୟକୁ ନେଇ ଅନେକ ସରକାରୀ ବ୍ୟବସ୍ଥାକୁ ଦାୟୀ କରିଛନ୍ତି। ଥରେ ନୂଆ ଭୋଟର ଭାବେ ନାମ ଚଢ଼ିବା ପରେ ପୁଣି ତାହା ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ହୋଇଥିବା ଚୂଡ଼ାନ୍ତ ତାଲିକାରେ ସ୍ଥାନ ନ ପାଇବାର କାରଣ କଣ ବୋଲି ପ୍ରଶ୍ନ କରିଛନ୍ତି। ଏହାଦ୍ବାରା ‌ବହୁ ଯୁବ ଭୋଟର ନିଜ ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe