ବରଗଡ଼ ଜିଲ୍ଲାରେ ଅବହେଳିତ ଅବସ୍ଥାରେ ପଡ଼ିରହିଛି ବହୁ ପୁରୁଣା ମନ୍ଦିର, ଜୀର୍ଣ୍ଣ ମନ୍ଦିର ଉପରେ କେବେ ପଡ଼ିବ ନଜର?

ବରଗଡ଼ ଜିଲ୍ଲାରେ ଅବହେଳିତ ଅବସ୍ଥାରେ ପଡ଼ିରହିଛି ବହୁ ପୁରୁଣା ମନ୍ଦିର, ଜୀର୍ଣ୍ଣ ମନ୍ଦିର ଉପରେ କେବେ ପଡ଼ିବ ନଜର?

ବରଗଡ଼ : ବରଗଡ଼ ଜିଲ୍ଲାରେ ମଠ ମନ୍ଦିର ଗୁଡ଼ିକ ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ପ୍ରାଚୀନ ମଠ ମନ୍ଦିରଗୁଡ଼ିକର ସଂପତ୍ତି ଠିକ୍‌ ଭାବେ ଆକଳନ ହେଉନଥିବାରୁ ଏଗୁଡ଼ିକର ମରାମତି ପାଇଁ ଅର୍ଥାଭାବ ଦେଖା ଦେଇଛି। ବରଗଡ଼ ବ୍ଲକ୍‌ ଅନ୍ତର୍ଗତ ଗାଈସୀମାଠାରେ ରହିଛି ପ୍ରସିଦ୍ଧ ବରାଡ଼ ବା‌ଲୁଙ୍କେଶ୍ବର ମନ୍ଦିର। ଯାହା ଅଷ୍ଟଶମ୍ଭୁ ପୀଠ ମଧ୍ୟରେ ପରିଗଣିତ ହୁଏ। ବର୍ଷ ତମାମ ଏଠାକୁ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ଆସିଥାନ୍ତି। ବିଭିନ୍ନ ପର୍ବପର୍ବାଣୀରେ ଏହି ପୀଠ ଝଲସି ଉଠିଥାଏ। ହେଲେ ମନ୍ଦିରର ରକ୍ଷଣାବେକ୍ଷଣ ସଠିକ୍‌ ଭାବେ ହୋଇପାରୁନି। ମନ୍ଦିରର ମୁଖ୍ୟ ଢାଞ୍ଚା‌ରୁ କଂକ୍ରିଟ୍‌ ଝଡ଼ିବାକୁ ଲାଗିଛି। ଯଦ୍ବାରା ମନ୍ଦିର ବିକୃତ ଦିଶିବା ଆରମ୍ଭ କରିଛି। ତୁରନ୍ତ ଏହାର ମରାମତି ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।

ଏହାବାଦ୍‌ ଜିଲ୍ଲାରେ ଥିବା ବହୁ ପୁରୁଣା ମନ୍ଦିର ଗୁଡ଼ିକ ଉଜୁଡ଼ିବାକୁ ଲାଗିଛି। କେଉଁ ମନ୍ଦିରର କେତେ ଜମି ଅଛି, ତାହା ବି ଠିକ୍‌ ଭାବେ ଆକଳନ ହେଉନାହିଁ। ଫଳରେ ଏହାକୁ ମୁଷ୍ଟିମେୟ ଲୋକେ ଅନାୟାସରେ ଅକ୍ତିଆର କରି ରଖିଛନ୍ତି। ସହରର ସର୍ବ ପୁରାତନ ଶ୍ରୀ ରାମଜୀ ମନ୍ଦିର ଓ ନୃସିଂହ ମନ୍ଦିରର ସ୍ଥାବର ଏବଂ ଅସ୍ଥାବର ସଂପତ୍ତି ମଧ୍ୟ ଆକଳନ ହୋଇନାହିଁ। ମନ୍ଦିର ନାମରେ ପ୍ରଚୁର ସଂପତ୍ତି ଥିଲେ ହେଁ ମନ୍ଦିର ପରିଚାଳନା କିମ୍ବା ରକ୍ଷଣାବେକ୍ଷଣ ପାଇଁ ଅର୍ଥ ନାହିଁ। ଏଗୁଡ଼ିକର ପୁନରୁଦ୍ଧାର ପାଇଁ ବାରମ୍ବାର ବୁଦ୍ଧିଜିବି ଦାବି କରି ଆସୁଥିଲେ ହେଁ ସରକାରୀ କ୍ଷେତ୍ରରେ କିଛି ପଦକ୍ଷେପ ହେଉନାହିଁ। ଅର୍ଥାଭାବରୁ ମନ୍ଦିରର ନୀତିକାନ୍ତିରେ ସମସ୍ୟା ଉପୁଜୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe