ହରିପୁର: ଜାତୀୟ ରାଜପଥ-୨୦ର ସମ୍ପ୍ରସାରଣ ପାଇଁ କୁଆଖିଆ-ଯାଜପୁର ରାସ୍ତାରେ ଥିବା ବହୁବର୍ଷର ପୁରୁଣା ଗଛ ବଳି ପଡ଼ିଛି। କୁଆଖିଆଠାରୁ ସାତଭାୟା ପର୍ଯ୍ୟନ୍ତ ଏହି ରାଜପଥର ସଂପ୍ରସାରଣ ହେବ। ଅନେକ ଜାଗାରେ ବାଇପାସ, ନୂତନ ସଡ଼କ ନିର୍ମାଣ ଆରମ୍ଭ ହେବ। ଏହା ଚାରିଥାକିଆ ବା ଫୋର-ଲେନ୍ ହେଉଉଥିବାରୁ ସଂପ୍ରସାରରେ ଜାଗା ଯିବା ସହ ଗଛ କଟୁଛି।
ପୂର୍ବରୁ ଚିହ୍ନଟ ହୋଇଥିବା ବହୁ ପୁରୁଣା ଗଛଗୁଡିକୁ ଆଗ କାଟି ଦିଆଯାଇଛି। ଏହି ବଡ଼ବଡ଼ ଗଛଗୁଡ଼ିକ ପଥଚାରୀଙ୍କ ଛାୟା ଦେବା ସହ ସୌନ୍ଦର୍ଯ୍ୟ ବୃଦ୍ଧି ଓ ପରିବେଶ ସୁରକ୍ଷାରେ ସହାୟକ ହେଉଥିଲା। ଏବେ ଯେଉଁପରି ତାତି ବଢ଼ୁଛି, ଗଛ କଟିବା ପରେ ରାସ୍ତାରେ ଠିଆହେବାକୁ ଛାଇ ମିଳୁନି। ଗତ କିଛିଦିନ ହେବ ହରିପୁର ଅଞ୍ଚଳରେ ମେସିନ ଲଗାଇ ଦୈନିକ ଗଛ କଟା ଚାଲିଥିବା ଦେଖାଯାଇଛି। ଆଗକୁ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରିବାକୁ ଦାବି ହୋଇଛି।
Follow Us