ସତ୍ତା ହରାଇବ ‘ବାହୁଦା’: ଲୁଟୁଛନ୍ତି ବାଲି ମାଫିଆ, ନଦୀଶଯ୍ୟାରେ ଗଛଲତା ଭର୍ତ୍ତି

Advertisment
ସତ୍ତା ହରାଇବ ‘ବାହୁଦା’: ଲୁଟୁଛନ୍ତି ବାଲି ମାଫିଆ, ନଦୀଶଯ୍ୟାରେ ଗଛଲତା ଭର୍ତ୍ତି

ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ଓ ଚିକିଟି ବ୍ଲକ୍‌ର ଜୀବନରେଖା ବାହୁଦା ନଦୀ ରକ୍ଷଣାବେକ୍ଷଣ ଅଭାବରୁ ସତ୍ତା ହରାଇବାକୁ ବସିଛି। ଗଜପତି ଜିଲ୍ଲାରୁ ଉତ୍ପତ୍ତି ଏହି ନଦୀ ଗଞ୍ଜାମ ଜିଲ୍ଲାର ପାତ୍ରପୁର ଓ ଚିକିଟି ବ୍ଲକ୍ ଦେଇ ସୀମାନ୍ତ ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମଣ୍ଡଳ ଅତିକ୍ରମ କରି କତୁରୁ ନିକଟ ବଙ୍ ଗୋପସାଗରରେ ଲୀନ ହୋଇଛି। ଦିନ ଥିଲା ବାହୁଦା ନଦୀ ଓଡ଼ିଶା ଓ ସୀମାନ୍ତ ଆନ୍ଧ୍ରପ୍ରଦେଶକୁ ପାନୀୟଜଳ ଯୋଗାଣରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା। ଏହି ନଦୀର ଜଳ ଉପରେ ନିର୍ଭର କରି ଲୋକେ ଚାଷ କରୁଥିଲେ। ଏହାସହ ଚିକିଟି ଏବଂ ରଙ୍ଗେଇଲୁଣ୍ଡା ବ୍ଲକ୍‌ ମତ୍ସ୍ୟଜୀବୀମାନେ ବି ମାଛ ଧରୁଥିଲେ। ଚାଷୀ ଓ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୧୯୬୫ ମସିହାରେ କଳିଙ୍ଗଦୋଳା ଡ୍ୟାମ୍ ନିର୍ମାଣ କରି କେନାଲ୍ ମାଧ୍ୟମରେ ସହସ୍ରାଧିକ ହେକ୍ଟର୍ ଚାଷଜମିକୁ ଜଳସେଚନର ସୁବିଧା କରାଯାଇଥିଲା।

ହେଲେ ଗତ କିଛିବର୍ଷ ଧରି ବାଲିମାଫିଆଙ୍କ ଲୋଲୁପ ଦୃଷ୍ଟି ଏହି ନଦୀ ଉପରେ ପଡ଼ିଛି। ଆନ୍ଧ୍ର ବାଲିମାଫିଆଙ୍କ ପାଇଁ ଏହି ନଦୀର ବାଲି ଯେମିତି ସୁନା ପାଲଟିଛି। ଏବେ ନଦୀପଠାରୁ ବାଲି ସରିବା ସହ ବହୁ ସ୍ଥାନରେ ପୋତି ହୋଇଗଲାଣି। ଏଭଳି ପରିସ୍ଥିତିରେ ଗତ କିଛିବର୍ଷ ହେଲା ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଓ କମ୍ ବୃଷ୍ଟିପାତ ଯୋଗୁଁ ନଦୀର ଜଳସ୍ତର କମିବାରେ ଲାଗିଛି। ଦିନେ ପାଣି ଦୁଇକୂଳ ଛୁଉଁଥିବା ବେଳେ ତାହା ଏବେ ଦେଖିବାକୁ ମିଳୁନି। ନଦୀଶଯ୍ୟା ଏବେ ଅନାବନା ଗଛଲତାରେ ଭର୍ତ୍ତି ହୋଇଛି। ଏଭଳି ସ୍ଥିତି ଆଉ କିଛି ବର୍ଷ ଜାରି ରହିଲେ, ବାହୁଦା ନଦୀ ଅସ୍ତିତ୍ବ ହରାଇବ ବୋଲି ପରିବେଶବିତ୍ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe