ଉଦ୍‌ଘାଟନ ହେଲା ମାନ୍ୟବର ଓ ମୋହେର ଡ୍ରେସ୍‌ ସୋ’ରୁମ୍‌

ବିବାହ ଉତ୍ସବ ପାଇଁ ଆକର୍ଷଣୀୟ ଡ୍ରେସ୍‌ ସାମଗ୍ରୀ ଉପଲବ୍ଧ

ଉଦ୍‌ଘାଟନ ହେଲା ମାନ୍ୟବର ଓ ମୋହେର ଡ୍ରେସ୍‌ ସୋ’ରୁମ୍‌

ବାଲେଶ୍ବର: ବାଲେଶ୍ବରରେ ପ୍ରଥମକରି ବିବାହ ଉତ୍ସବ ପାଇଁ ମାନ୍ୟବର ଓ ମୋହେର ବ୍ରାଣ୍ଡ୍‌ର ଡ୍ରେସ୍‌ ସୋ’ରୁମ୍‌ ବିବେକାନନ୍ଦ ମାର୍ଗରେ ଉଦ୍‌ଘାଟନ ହୋଇଛି। ସୋ’ରୁମ୍‌ର ପ୍ରତିଷ୍ଠାତା ରାମବିଳାସ ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ଓର୍ମିଳା ଦେବୀ ଏହାକୁ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ପରିବାର ସଦସ୍ୟ ରାକେଶ ଅଗ୍ରୱାଲ, ରାଜେଶ ଅଗ୍ରୱାଲ, କମ୍ପାନିର ଏରିଆ ସେଲ୍ସ ମ୍ୟାନେଜର ସାଗର ନାୟକଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ। ବାଲେଶ୍ବର ରାଜ୍ୟରେ ୩୦ ନମ୍ବର ସୋ’ରୁମ୍‌ ଭାବେ ଉଦ୍‌ଘାଟିତ ହୋଇଥିବା ବେ‌ଳେ ଭାରତରେ ଏହା ୫୭୮ଟି ସୋ’ରୁମ୍‌ ରହିଛି।

କେବଳ ବିବାହ ଉତ୍ସବ ପାଇଁ ବିଭିନ୍ନ ଡିଜାଇନ୍‌ର ଆକର୍ଷଣୀୟ ଲେହେଙ୍ଗା, ସେରୱାନୀ, ଶାଢ଼ୀ, ଜୋତା, କୁର୍ତ୍ତା, ପାଇଜାମା ସହ ଅନ୍ୟାନ୍ୟ ବିବାହ ସାମଗ୍ରୀ ରହିଛି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ୧୫ ଶହରୁ ଆରମ୍ଭ କରି ୬୦ ହଜାର ପର୍ଯ୍ୟନ୍ତ ବିଭିନ୍ନ ଡ୍ରେସ୍‌ ସାମଗ୍ରୀର ମୂଲ୍ୟ ରହିଛି। ମୋହେର ବ୍ରାଣ୍ଡ ଆମ୍ବାସାଡର ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ମାନ୍ୟବରର ଅଭିନେତା ରନ୍‌ବୀର କପୁର ରହିଛନ୍ତି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବାଲେଶ୍ବରରେ ଏହି ସୋ’ରୁମ୍‌ ଖୋଲିଛି। ବାଲେଶ୍ବରବାସୀ ବିବାହ ଉତ୍ସବ ପାଇଁ ଆଉ ଭୁବନେଶ୍ବର କି କଲିକତା ଦୌଡ଼ିବାକୁ ପଡ଼ିବନାହିଁ। କାରଣ ଏହି ସୋ’ରୁମ୍‌ରେ ଚାହିଦା ମୁତାବକ ସବୁପ୍ରକାର ଡ୍ରେସ୍‌ ସାମଗ୍ରୀ ଉପଲବ୍ଧ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe