କନ୍ଧମାଳରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

କନ୍ଧମାଳରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। କନ୍ଧମାଳ ପୁଲିସ ଗଣମାଧ୍ୟମକୁ ଏହି ସୂଚନା ଦେଇଛି। ସୂଚନା ଅନୁସାରେ ମାଓ ଗତିବିଧି  ନେଇ ବିଶ୍ବସ୍ତ ସୂତ୍ରରୁ ଖବର ମିଳିବା ପରେ କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ଗତ ୮ ତାରିଖ ଦିନ ଏସ୍‌ଓଜି ଓ ଡିଭିଏଫ ଯବାନଙ୍କ ମିଳିତ ଉଦ୍ୟମରେ ସର୍ଚ୍ଚ ଅପରେସନ କରାଯାଇଥିଲା। ଅପରେସନ ସମୟରେ ଗତ ୯ ତାରିଖ ଦିନ ଯବାନମାନଙ୍କୁ ବିପୁଳ ପରିମାଣର ମାଓ ସାମଗ୍ରୀ ମିଳିଥିଲା। ମାଓ ସାମଗ୍ରୀଗୁଡ଼ି ଗୋଛାପଡ଼ା ଥାନା ଅନ୍ତର୍ଗତ ସସିକେଟା ଗାଁ ନିକଟରେ ଥିବା ଏକ ଗୁମ୍ଫାରେ ରଖାଯାଇଥିଲା। ଏଗୁଡ଼ିକ ଜନସାଧାରଣଙ୍କ ଉ‌ଦ୍ଦେଶ୍ୟରେ ବ୍ୟବହୃତ ହେବା ପୂର୍ବରୁ ଯବାନମାନେ ଉଦ୍ଧାର କରିଛନ୍ତି। ତେବେ ମାଓବାଦୀମାନେ ଯବାନଙ୍କ ସର୍ଚ୍ଚ ଅପରେସନ ନେଇ କୌଣସି ସୂତ୍ରରୁ ସୂଚନା ପାଇଁ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ତେବେ ଉଦ୍ଧାର ହୋଇଥିବା ସାମଗ୍ରୀ ଭିତରେ ୧୭ଟି ଜିଲେଟିନ କାଠି, ଗୋଟିଏ ମାଗାଜିନ, ୨ଟି ଛୁରୀ, କଳା ୟୁନିଫର୍ମ, କଳା ଟି-ସାର୍ଟ, ଟିଫିନ ବକ୍ସ, ସୋଲାର ପ୍ଳେଟ, ବିଦ୍ୟୁତ ତାର, ଔଷଧ, କୁରାଢ଼ି, ଡିସି ମୋବାଇଲ ମଲ୍ଟି ଚାର୍ଜର, ରିଫିଲ ସ୍ଲିଙ୍ଗ, ବ୍ଲେଡ, ନିପ କେପ୍‌, ଅପଟିକାଲ ପାଉଡର ଗ୍ଲାସ, ସ୍ପିଙ୍ଗ, ସ୍ଲିପର ଆଦି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe