ନୟାଗଡ଼ : ୨୦୦୮ ନୟାଗଡ଼ରେ ମାଓବାଦୀ ଆକ୍ରମଣ ଘଟଣାରେ କୋର୍ଟରେ ନିଜନିଜ ପକ୍ଷ ରଖିଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡା ଓ ଆଜାଦ। ଏହି ଘଟଣାରେ ପୁଣି ଏକ ମାମଲାର ବିଚାର ପ୍ରକ୍ରିୟା ଆରମ୍ଭ ହୋଇଛି। ସଂପୃକ୍ତ ରାତିରେ ମାଓବାଦୀମାନେ ଜିଲ୍ଲାର ବିଭିନ୍ନ ଥାନାରେ ତାଣ୍ଡବ ରଚିଥିଲେ। ୧୫ରୁ ଅଧିକ ପୁଲିସ କର୍ମଚାରୀଙ୍କୁ ମୃତ୍ୟୁ ହୋଇଥିଲା। ତେବେ ଏହି ଆକ୍ରମଣରେ ଦଶପଲ୍ଲାର ଜଣେ ସାଧାରଣ ଲୋକଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଆଜି ଉକ୍ତ ମାମଲାରେ ନିଜ ପକ୍ଷ ରଖିବାକୁ ମାଓନେତା ସବ୍ୟସାଚୀ ପଣ୍ଡା ଓ ଆଜାଦ୍ ଜିଲ୍ଲା କୋର୍ଟରେ ହାଜର ହୋଇଥିଲେ। ଏହି ମାମଲାରେ ୩୦ଟି ସାକ୍ଷ୍ୟ ଗ୍ରହଣ ହୋଇସାରିଥିବା ଜଣାପଡ଼ିଛି। ଏହାପରେ ସରକାରୀ ଓକିଲ ତାଙ୍କ ଯୁକ୍ତି ଓ ଅଭିଯୁକ୍ତଙ୍କ ଓକିଲ ତାଙ୍କ ଯୁକ୍ତି ଉପସ୍ଥାପନ କରିବେ। ଉଭୟଙ୍କ ଯୁକ୍ତି ଉପସ୍ଥାପନା ପରେ ଏହି ମାମଲାରେ ସବ୍ୟସାଚୀ ଓ ଆଜାଦ୍ ଦୋଷୀ ସାବ୍ୟସ୍ତ ହେଉଛନ୍ତି ନା ଅନ୍ୟ ମାମଲା ଭଳି ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ସାବ୍ୟସ୍ତ ହେଉଛନ୍ତି, ତାହାକୁ ଅପେକ୍ଷା କରାଯାଇଛି।
୨୦୦୮ ମାଓବାଦୀ ଆକ୍ରମଣ ମାମଲା: କୋର୍ଟରେ ପକ୍ଷ ରଖିଲେ ସବ୍ୟସାଚୀ, ଆଜାଦ୍
Advertisment
Follow Us