ସୁରକ୍ଷା କର୍ମୀଙ୍କ ଉପରେ ମାଓ ଆକ୍ରମଣ ଘଟଣା : ସୀମାନ୍ତ ଜିଲ୍ଲା ଏସ୍‌ପିଙ୍କୁ ସତର୍କ ରହିବାକୁ ନି‌ର୍ଦେଶ

Advertisment
ସୁରକ୍ଷା କର୍ମୀଙ୍କ ଉପରେ ମାଓ ଆକ୍ରମଣ ଘଟଣା : ସୀମାନ୍ତ ଜିଲ୍ଲା ଏସ୍‌ପିଙ୍କୁ ସତର୍କ ରହିବାକୁ ନି‌ର୍ଦେଶ

ଭୁବନେଶ୍ବର : ସପ୍ତାହକ ମଧ୍ୟରେ ଛତିଶଗଡ଼ରେ ମାଓବାଦୀମାନେ ଯେଉଁଭଳି ଭାବେ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଛନ୍ତି, ସେଥିରେ ଚିନ୍ତା ପ୍ରକଟ କରିଛି ରାଜ୍ୟ ପୁଲିସ ବିଭାଗ। ଆଜି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଛତିଶଗଡ଼ ସୀମାନ୍ତବର୍ତ୍ତୀ ଜିଲ୍ଲାର ଏସ୍‌ପିମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି। ଆସନ୍ତା ୧୨ ତାରିଖରେ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଥିବାରୁ ସେଠାରେ ସୁରକ୍ଷା ବନ୍ଦୋବସ୍ତକୁ ଟାଣ କରି ଦିଆଯାଇଛି। ଫଳରେ ମାଓବାଦୀମାନେ ଓଡ଼ିଶାମୁହାଁ ହେବାର ଆଶଙ୍କା ରହିଛି। ତେଣୁ ମାଲକାନଗିରି, କୋରାପୁଟ, ବରଗଡ଼, ନୂଆପଡ଼ା ଜିଲ୍ଲାରେ ଅଧିକ ସର୍ତକ ରହିବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଯେକୌଣସି ସମୟରେ ଛତିଶଗଡ଼ ପୁଲିସ ସହ ମିଶି ଜଏଣ୍ଟ ଅପରେସନ୍‌ ମଧ୍ୟ କରାଯିବାର ସମ୍ଭାବନା ରହିଛି ବୋଲି ପୁଲିସ ଡିଜି ସୂଚନା ଦେଇଛନ୍ତି।

ପୁଲିସ ଡିଜି ଶ୍ରୀ ଶର୍ମାଙ୍କ ସୂଚନା ମୁତବାକ, ସୀମାନ୍ତରେ ପୁଲିସ ଯାଞ୍ଚ କଡ଼ା କରିବାକୁ କୁହାଯାଇଛି। କାରଣ ନିବାର୍ଚନ ସମୟରେ ଉଭୟ ପଟୁ ଗାଡ଼ି ମୋଟର ଚଳାଚଳା ବଢ଼ିଯିବାର ସମ୍ଭାବନା ରହିଛି। ଏହି ସୁଯୋଗ କେତେକ ଅସାମାଜିକ ବ୍ୟକ୍ତି ବିଶେଷମାନେ ନେବାକୁ ଚାହିବେ। ‌କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ଏଭଳି ନିର୍ଦେଶ ଦିଆଯାଇଛି।

ଏଠାରେ ପ୍ରକାଶଥାଉକି, ଛତିଶଗଡ଼ର କାଙ୍କେର, ଦନ୍ତେୱା‌ଡ଼ାରେ ମାଓବାଦୀମାନେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ସାଧାରଣ ଲୋକ ଓ ଦୂରଦର୍ଶନ କ୍ୟାମେରାମ୍ୟାନଙ୍କ ସମେତ ୯ ଜଣ ସୁରକ୍ଷା କର୍ମୀଙ୍କୁ ହତ୍ୟା କରି ସାରିଲେଣି।

ଅନ୍ୟପକ୍ଷରେ ଗତକାଲି ନୟାଗଡ଼ ଜିଲ୍ଲା ବେଗୁନିଆ ଥାନା ଅଧୀନ ଦେଉଳି ଗାଁ ନିକଟରୁ ଧରା ପଡ଼ିଥିବା ସୁରେଶ ଜଣେ ମାଓବାଦୀ ନୁହେଁ। ସେ ସ୍ଥାନୀୟ ଏକ ଇଟାଭାଟିରେ ଶ୍ରମିକ ଭାବେ କାମ କରେ। ସେ ଶ୍ରମିକମାନଙ୍କ ପାଇଁ ସଉଦା ନେବାକୁ ଆସିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ମାଓବାଦୀ ସନ୍ଦେହ‌ରେ କାବୁ କରିଥିଲେ। ତାଙ୍କୁ ପଚରାଉଚରା ବେଳେ ସେ ମାଓବାଦୀ ନୁହନ୍ତି ବୋଲି ଜଣାପଡ଼ିଥିଲା ବୋଲି ଡିଜି ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe