ନକ୍ସଲ-ମାଓବାଦୀ ଗୁଳି ବିନିମୟ

କମ୍ବିଂ ବେଳେ ମାଓ କ୍ୟାମ୍ପ ଠାବ, ଛତିଶଗଡ଼ ଘଟଣା ପରେ ପୁଲିସ୍‌ ସତର୍କ

ନକ୍ସଲ-ମାଓବାଦୀ ଗୁଳି ବିନିମୟ

ନୂଆପଡ଼ା/କଣ୍ଟାବାଞ୍ଜି : ନୂଆପଡ଼ା ଜିଲ୍ଲା ପାଟଧରା ସଂରକ୍ଷିତ ଜଙ୍ଗଲରେ କମ୍ବିଂ ବେଳେ ମାଓ କ୍ୟାମ୍ପ ଠାବ ହୋଇଛି। ଏହି ସମୟରେ ଯବାନ ଓ ନକ୍ସଲଙ୍କ ମଧ୍ୟରେ କିଛି ସମୟ ଗୁଳି ବିନିମୟ ହୋଇଥିଲା ବୋଲି ଏସ୍‌ପି ସ୍ମିତ ପି. ପରମାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚାନ ଅନୁଯାୟୀ, ମଙ୍ଗଳବାର ସଂଧ୍ୟା ୫ଟା ସମୟରେ ଏସଓଜି, ସିଆରପିଏଫ ଓ ଡିଭିଏଫ ଯବାନମାନେ ମିଳିତ କମ୍ବିଂ ଅପରେସନ କରୁଥିଲେ। ଏହି ସମୟରେ ବୋଡ଼େନ ଥାନା ଅନ୍ତର୍ଗତ ପାଟଧରା ସଂରକ୍ଷିତ ଜଙ୍ଗଲ କୋଦୋଭଟା ଗାଁ ନିକଟରେ ଏସଓଜି ଯବାନମାନେ ଏକ ମାଓ କ୍ୟାମ୍ପ ଠାବ କରିଥିଲେ। ଯବାନମାନେ ଆସୁଥିବା ଦେଖି ମାଓବାଦୀମାନେ ଗୁଳି ଚଳାଇ ଥିଲେ। ଯବାନମାନଙ୍କ ପାଲଟା ଗୁଳି ବିନିମୟରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ମାଓ କ୍ୟାମ୍ପରୁ ମାଓ ପୋଷାକ, ପ୍ରେସରକୁକର ୨ଟି, ୮ଟି ଜିଲେଟିନ ଷ୍ଟିକ, ୩ ବିଡ଼ା ତାର, ୪ଟି ଡେଟୋନେଟର, ୩ଟି ପାଣିଟାଙ୍କି, ୨ଟି ସାଲାଇନ, ଟିଫିନ ବକ୍ସ, ମାଗାଜିନ, ଜୋତା, ପଲିଥିନ ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରାଯାଇଛି।

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନୂଆପଡ଼ା ପୁଲିସ ପକ୍ଷରୁ ମାଓ ଉପଦ୍ରୁତ ଅଂଚଳ ତଥା ସୀମାବର୍ତ୍ତୀ ଅଂଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇ ମାଓ ଗତିବିଧି ଉପରେ କଡ଼ା ନଜର ରଖାଯାଇ ଥିବା ପ୍ରକାଶ କରାଯାଇଛି।

ଅନ୍ୟପକ୍ଷରେ, ଛତିଶଗଡ଼ ଦନ୍ତେୱାଡ଼ା ହମ୍‌ଲା ପରେ ମାଓ ପ୍ରବଣ ଅଂଚଳରେ କମ୍ବିଂକୁ ଜୋରଦାର କରିଛି ପୁଲିସ। ଏହି ପରିପ୍ରେକ୍ଷୀରେ କଂଟାବାଞ୍ଜି ନିର୍ବାଚନମଣ୍ତଳୀ ଅନ୍ତର୍ଗତ ତୁରେକେଲା ଅଂଚଳରେ ମଧ୍ୟ କମ୍ବିଂକୁ ଜୋରଦାର କରିଛି ପୁଲିସ। ପୂର୍ବରୁ ଅନେକ ଥର ତୁରେକେଲା ଅଂଚଳରେ ମାଓବାଦୀମାନେ ନିଜର ଉପସ୍ଥିତ ଜାହିର କରି ସାରିଛନ୍ତି। ବର୍ତ୍ତମାନ ମାଓବାଦୀମାନେ ଓଡ଼ିଶାମୁହାଁ ହୋଇଥିବା ସଂଦେହ କରାଯାଇଛି। ଆଉ କିଛି ଦିନ ପରେ ଏ ଅଞ୍ଚଳରେ ନିର୍ବାଚନ ହେବାର ଅଛି। ଏ ସବୁ ଦିଗକୁ ନେଇ ପୁଲିସ ବର୍ତମାନ ସଜାଗ ରହିଛି। କିଭଳି ଭାବେ ନିର୍ବାଚନ ସୁରୁଖୁରୁରେ ହେବ ସେ ନେଇ ପୁଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe