ସମାଝୋଲା ଓ ପୋରଗାଲ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ

Advertisment

ଛତ୍ରଭଙ୍ଗ ଦେଲେ ମାଓବାଦୀ, ବହୁ ସାମଗ୍ରୀ ଜବତ

ଛତ୍ରଭଙ୍ଗ ଦେଲେ ମାଓବାଦୀ, ବହୁ ସାମଗ୍ରୀ ଜବତ

ସମାଝୋଲା ଓ ପୋରଗାଲ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ସମାଝୋଲା ଓ ପୋରଗାଲ ଜଙ୍ଗଲରେ ପୁଲିସ୍‌ ପକ୍ଷରୁ ମାଓ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ ହୋଇଛି। କ୍ୟାମ୍ପ ଛାଡ଼ି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ସେଠାରୁ ବହୁ ମାଓ ସାମଗ୍ରୀ ଜବତ କରାଯାଇଥିବା ଏସ୍‌ପି ଅଭିଳାଷ ଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନାମତେ, କୌଣସି ଏକ ବିଶ୍ୱସ୍ତସୂତ୍ରରୁ ଖବରପାଇ ଏସ୍‌ପି ଅଭିଳାଷ ଜୀଙ୍କ ନିର୍ଦେଶକ୍ରମେ ଡିଭିଏଫ ଓ ସିଆରପିଏଫ ଯବାନ ନର୍ଲା ଥାନା ଅନ୍ତର୍ଗତ ସମାଝୋଲା ଓ ପୋରଗାଲ ସଂରକ୍ଷିତ ଜଙ୍ଗଲରେ ମାଓ ଅପରେସନ କରିଥିଲେ। ହେଲେ ଯବାନମାନେ ପହଞ୍ଚିବା ପୂର୍ବରୁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ସର୍ଚ୍ଚ ଅପରେସନ ବେଳେ ପୁଲିସ ପକ୍ଷରୁ ମାଓ କ୍ୟାମ୍ପରୁ ଗୋଟିଏ ଦେଶୀ ବନ୍ଧୁକ, ୯ଟି ଡିଟୋନେଟର, ୧୧ଟି ଜିଲଟିନ ଷ୍ଟିକ, ବ୍ୟାଟେରି, ମାଓ ପୋଷାକ, ଔଷଧ, ମାଓ ପୁସ୍ତିକା ଓ ଅନ୍ୟାନ୍ୟ ଉପକରଣ ଜବତ କରାଯାଇଛି। ସିପିଆଇ ମାଓବାଦୀ ଘୁମୁସର ନାଗାବଳୀ ଡିଭିଜନର ମାଓବାଦୀ କ୍ୟାମ୍ପ କରି କୌଣସି ଏକ ଅଘଟଣ ଘଟାଇବାକୁ ଯୋଜନା କରୁଥିବା ବେଳେ ପୁଲିସ ମାଓବାଦୀଙ୍କ ଏଭଳି କାଣ୍ଡକୁ ପଣ୍ଡ କରିଛି ବୋଲି ଏସ୍‌ପି ଅଭିଳାଷ ଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe