ଅନୁଗୁଳ: ‘ଆମେ ଦୁହେଁ ପ୍ରେମ କରୁଥିଲୁ। କିନ୍ତୁ ଆମ ପ୍ରେମକୁ ମାଓ ସଂଗଠନ ସ୍ୱୀକୃତି ଦେଲା ନାହିଁ। ଓଲଟା ପ୍ରେମ ପାଇଁ ଅକଥନୀୟ ଶାରିରୀକ ଓ ମାନସିକ ନିର୍ଯାତନା ଭୋଗିବାକୁ ପଡ଼ିଲା। ଆଦିବାସୀ ଓ ମହିଳା କ୍ୟାଡର୍ ବି ବିଭିନ୍ନ ସମୟରେ ନିର୍ଯାତନାରୁ ବର୍ତ୍ତିଲେ ନାହିଁ। ମୂଳ ଆଦର୍ଶଠୁ ଦୂରେଇ ଯାଇ ସଂଗଠନ ଏଭଳି ହିଂସାର ମାର୍ଗ ବାଛିଥିବା ଅନୁଭବ କରବା ପରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଲି।’- ଦୀର୍ଘ ୧୮ବର୍ଷ କାଳ ସିପିଆଇ(ଏମ୍) ସଂଗଠନରେ କାମ କରିବା ପରେ ପ୍ରେମିକା ସହିତ ଅନୁଗୁଳ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ଦୁର୍ଦ୍ଦାନ୍ତ ମାଓ କମାଣ୍ଡର୍ ଝାଡ଼ଖଣ୍ଡ ରାଞ୍ଚି ଜିଲ୍ଲା ବୁଡମୁ ବ୍ଲକ୍ର ଶିରମ ଗ୍ରାମର ଛୋଟୁ ଗଞ୍ଜୁ(୨୮) ଆଜି ଗଣମାଧ୍ୟମରେ ଏମିତି ଚାଞ୍ଚଲ୍ୟକର ବୟାନ ଦେଇଛି। କହିଛି, ପ୍ରେମ ପାଇଁ ହିଂସାର ବାଟ ଛାଡ଼ିବାକୁ ବାଧ୍ୟ ହେଲୁ। ଛୋଟୁ ନାଁରେ ୧୫ରୁ ଅଧିକ ସଂଗିନ ମାମଲା ରହିଥିବା ବେଳେ ତାଙ୍କୁ ଧରାଇ ଦେବା ପାଇଁ ଓଡ଼ିଶା ସରକାର ୪ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଏସ୍ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି। ଏସ୍ପି ଶ୍ରୀ ମହାପାତ୍ର କହିଛନ୍ତି ଯେ ଛୋଟୁ ୨୦୧୭ରେ ଏସ୍ଡିଏସ୍ ଡିଭିଜନ୍ରେ ସାମିଲ୍ ହେବା ପରେ ଅନୁଗୁଳ ଜିଲ୍ଲା ପୁରୁଣାକୋଟ୍ ଥାନା ମଝିପଡ଼ା ଗ୍ରାମର ଜଲି ଦେହୁରୀ(୧୮) ଓରଫ୍ ଅମିତ୍ରାଙ୍କ ସହିତ ତାଙ୍କ ସଂପର୍କ ହୋଇଥିଲା। ପରେ ସଂପର୍କ ପ୍ରେମର ରୂପ ନେଇଥିଲା।
ପ୍ରେମ ଛଡ଼ାଇଲା ହିଂସାର ବାଟ, ମାଓ ପ୍ରେମୀଯୁଗଳଙ୍କ ଆତ୍ମସମର୍ପଣ
Advertisment
Follow Us