ନିର୍ଯାତନା ସହିନପାରି ମାଓ ସଂଗଠନ ଛାଡ଼ିଲେ ଦମ୍ପତି, ପୁଲିସ ନିକଟରେ କଲେ ଆତ୍ମସମର୍ପଣ

Advertisment
ନିର୍ଯାତନା ସହିନପାରି ମାଓ ସଂଗଠନ ଛାଡ଼ିଲେ ଦମ୍ପତି, ପୁଲିସ ନିକଟରେ କଲେ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲା ପୁଲିସ ନିକଟରେ ମାଓ ଦମ୍ପତ୍ତି ଆତ୍ମସମର୍ପଣ କରିଛନ୍ତି। ଗାଂଗଲୁର କ୍ଷେତ୍ର କମିଟିର ଏହି ମାଓ ଦମ୍ପତ୍ତି ସଂଗଠନରେ ହେଉଥିବା ଭେଦଭାବ, ନିର୍ଯାତନା ସହିନପାରି ସଂଗଠନ ଛାଡିଥିବା କହିଥିଲେ।

ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି କମଳଲୋଚନ କଶ୍ୟପ,ଡେପୁଟି ପୁଲିସ ଅଧ୍ୟକ୍ଷକ ଆଶିଷ କୁଞ୍ଜାମ, ଅତିରିକ୍ତ ଏସପି ପଙ୍କଜ ଶୁକ୍ଳାଙ୍କ ସମ୍ମୁଖରେ ଏହି ମାଓ ଦମ୍ପତ୍ତି ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ କୋରସା ଲାଚୁ ଏବଂ ପତ୍ନୀ କୋରସା ଅନିତା।

ଗତ୨୦୦୨ ମସିହାରେ ଏହି ଦମ୍ପତ୍ତି ମାଓ ସଂଗଠନରେ ସାମିଲ ହୋଇଥିଲେ। ୨୦୦୮ ମସିହାରେ ଅନିତାକୁ ବିବାହ କରିଥିଲେ। ୨୦୧୯ରେ କୋରସା ଲାଚୁ ପଦନ୍ନୋତି ପାଇ ମିଲିସିଆ କମାଣ୍ଡର ବନିଥିଲେ।ବହୁ ମାଓ ହିଂସାରେ ଏମାନେ ଜଡିତ ଥିବା ପୁଲିସ କହିଛି। ତେବେ ଦୀର୍ଘ ଦିନ ଧରି ମାଓ ସଂଗଠନରେ କାମ କରିବା ପରେ ମଧ୍ୟ ଏମାନଙ୍କୁ ସେପରି ବ୍ୟବହାର ପ୍ରଦର୍ଶନ କରାଯାଉନଥିଲା।ଯାହାଫଳରେ ସେମାନେ ମାଓ ଆଦର୍ଶ,ଜୀବନଶୈଳୀରେ ଅସନ୍ତୁଷ୍ଟ ହୋଇ ସଂଗଠନ ଛାଡିବା ପାଇଁ ସ୍ଥିର କରିଥିଲେ। ପୁଲିସ ତରଫରୁ ଏହି ଦମ୍ପତ୍ତିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆଗାମୀ ଦିନରେ ସମସ୍ତ ଆତ୍ମନିର୍ଭରଶୀଳ କରିବା ପାଇଁ ସମସ୍ତ ସହଯୋଗ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe