Mao dump found: Guns and explosives seized Photograph: (sambad.in)
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ପୁଲିସକୁ ମିଳିଛି ଆଉ ଏକ ସଫଳତା। ଜଙ୍ଗଲରେ ମାଓ ଡମ୍ପ୍ ଠାବ କରାଯିବା ସହ ସେଠାରେ ରଖାଯାଇଥିବା ବିସ୍ଫୋରକ ସହ ବନ୍ଧୁକ ଓ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରାଯାଇଛି।
ସୁକମା ଜିଲ୍ଲାର ଜବ୍ବଗଟ୍ଟା ଠାରେ ନୂତନ ପୁଲିସ କ୍ୟାମ୍ପ୍ ଖୋଲାଯିବା ପରେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଉଛି।
ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ, ରାୟଗୁଡେମ ଏବଂ ଜବ୍ବାଗଟ୍ଟା ମଧ୍ୟରେ ଥିବା ଜଙ୍ଗଲରେ ନକ୍ସଲ କ୍ୟାମ୍ପ୍ କରି ରହିଛନ୍ତି।
ତୁରନ୍ତ ଜିଲ୍ଲା ପୁଲିସ ,ସିଆରପିଏଫ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ତେବେ ଜଙ୍ଗଲରେ କୁମ୍ବିଂ କରୁଥିବା ବେଳେ ନକ୍ସଲଙ୍କ ଦ୍ବାରା ଲୁଚାଯାଇଥିବା ବିସ୍ଫୋରକ ଏବଂ ବନ୍ଧୁକ ଠାବ କରିଥିଲେ। ଏହି ମାଓ ଡମ୍ପ୍ରେ ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିବା କୁହାଯାଇଛି।
ଅଧିକ ପଢ଼ନ୍ତୁ: ସ୍କୁଲର ରଙ୍ଗ ବଦଳାଯିବ ନାହିଁ, କେବଳ ବିଜେଡିର ରଙ୍ଗ ହଟାଯିବ: ମନ୍ତ୍ରୀ
ମାଓ ଡମ୍ପ୍ରୁ ଦେଶୀ ବନ୍ଧୁକ,ଲୁହାର ସ୍ପାଇକ,ଟିଫିନ ବୋମା,ବିସ୍ଫୋଟକ ସାମଗ୍ରୀ,ବିଦ୍ୟୁତ୍ ତାର,ସୋଲାର ବ୍ୟାଟେରୀ ସମେତ ଅନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି। ଏହି ଅଞ୍ଚଳକୁ ସୁରକ୍ଷାକର୍ମୀ ସିଲ କରିବା ସହ ସର୍ଚ୍ଚ ଅପରେସନକୁ ଆହୁରି ଜୋରଦାର କରୁଥିବା ଜଣାପଡିଛି।
ଅଧିକ ପଢ଼ନ୍ତୁ: ରାଜୀବ ଗାନ୍ଧିଙ୍କ ସଂପର୍କରେ ଏପରି କଥା ଜଣେ ପାଗଳ ହିଁ କହିପାରେ
Follow Us