ମାଓ ଡମ୍ପ ଉଦ୍ଧାର: ବିପୁଳ ପରିମାଣର ବିସ୍ଫୋରକ, ମାଓ ସାମଗ୍ରୀ ଜବତ

ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲଙ୍କ ଡମ୍ପକୁ ସିଆରପିଏଫ୍‌ ଏବଂ କୋବ୍ରା ଯବାନ ଉଦ୍ଧାର କରିଛନ୍ତି। ବିଜାପୁର ଜିଲ୍ଲାର ତାଡପାଲ ଜଂଗଲରେ ଜିଲ୍ଲା ପୁଲିସ ସହ ସିଆରପିଏଫ୍‌, କୋବ୍ରା ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏକ ବଡ଼ଧରଣର ମାଓ ଡମ୍ପକୁ ଉଦ୍ଧାର କରିଥିଲେ।

Untitled-36

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲଙ୍କ ଡମ୍ପକୁ ସିଆରପିଏଫ୍‌ ଏବଂ କୋବ୍ରା ଯବାନ ଉଦ୍ଧାର କରିଛନ୍ତି। ବିଜାପୁର ଜିଲ୍ଲାର ତାଡପାଲ ଜଂଗଲରେ ଜିଲ୍ଲା ପୁଲିସ ସହ ସିଆରପିଏଫ୍‌, କୋବ୍ରା ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏକ ବଡ଼ଧରଣର ମାଓ ଡମ୍ପକୁ ଉଦ୍ଧାର କରିଥିଲେ।

ନକ୍ସଲ ଡମ୍ପ କରି ଏଠାରେ ୫୧ଟି ଜୀବନ୍ତ ବିଜିଏଲ, ୧୦୦ ବଣ୍ଡଲ ବିଦ୍ୟୁତ ତାର, ୫୦ଟି ଷ୍ଟିଲ ପାଇପ, ୨୦ଟି ଲୁହାର ସିଟ, ୪୦ଟି ପ୍ଲେଟ, ୫ଟି ପ୍ରେସର ବୋମା ସମେତ ଆହୁରି ବହୁ ପରିମାଣର ମାଓ ସାମଗ୍ରୀ ଲୁଚାଇ ରଖିଥିଲେ। ଯବାନ ତୁରନ୍ତ ସମସ୍ତ ସାମଗ୍ରୀକୁ ଉଦ୍ଧାର କରି ପୁଲିସ ଜିମାରେ ଦେଇଛନ୍ତି। 

ଏତେ ବଡ଼ ଡମ୍ପକୁ ଉଦ୍ଧାର କରିବା ପରେ ନକ୍ସଲଙ୍କୁ ବଡ଼ ଝଟକା ଲାଗିଛି। ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଏଠାରେ ଏହି ବିସ୍ଫୋରକ ଓ ବୋମା ଲୁଚାଇ ରଖିଥିବା କଥା ପୁଲିସ କହିଛି। ତେବେ ଏକ ବଡ଼ ଆକ୍ରମଣକୁ ଯବାନ ପଣ୍ଡ କରିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଯବାନ ଏହି ଅଂଚଳକୁ ଘେରି ସର୍ଚ୍ଚ ଅପରେସନକୁ ଜୋରଦାର କରୁଥିବା ପୁଲିସ କହିଛି।

Malkangiri | maoists

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe