ଭୁବନେଶ୍ବର: ଆମରଣ ଅନଶନ କଲେ ମାଓନେତା ଆଜାଦ। ଝାରପଡା ଜେଲରେ ପୁଣି ମାଓନେତା ଆଜାଦଙ୍କ ଆମରଣ ଅନଶନ କରିଛନ୍ତି। ତୁରନ୍ତ ଶୁଣାଣି କରି ନ୍ୟାୟ ପ୍ରଦାନ ଦାବି ନେଇ ପୁନର୍ବାର ଆମରଣ ଅନଶନ ଆରମ୍ଭ କରିଛନ୍ତି ମାଓନେତା ଡି. କେଶବ ରାଓ ଓରଫ ଆଜାଦ । ମାଓନେତା ଆଜାଦ ଓଡ଼ିଶାରେ ବିଭିନ୍ନ ହିଂସା କାଣ୍ଡରେ ସମ୍ପୃକ୍ତି ନେଇ ବିଚାରାଧିନ କଏଦି ଭାବେ ଝାରପଡା ଜେଲରେ ଅଛନ୍ତି ।
ହିଂସାର ଇତିହାସ
ମେ’ ୧୮, ୨୦୧୧ରେ ମାଓ ନେତା ଆଜାଦ ଆନ୍ଧ୍ରପ୍ରଦେଶ ପୁଲିସ ଡିଜିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । ଏହା ପରେ ଓଡ଼ିଶା ପୁଲିସ ଆଜାଦଙ୍କୁ ଗିରଫ କରିଥିଲା। ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ଘଟଣା, ନୟାଗଡ ଅସ୍ତ୍ରାଗାର ଲୁଟ, ଆର.ଉଦୟଗିରି ଜେଲ ଆକ୍ରମଣ ପରି ବହୁ ବଡ଼ ବଡ଼ ହିଂସା କାଣ୍ଡରେ ଆଜାଦଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ରହିଛି ।ତେବେ ୧୪ବର୍ଷ ଧରି ଜେଲରେ ରହି ଥିବାରୁ ଆଜାଦଙ୍କ ସମ୍ପର୍କୀୟ ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଥିଲେ ।
ଆହୁରି ପଢ଼ନ୍ତୁ: Actress's crime caught on CCTV: ଧକ୍କା ଦେଇ ଖସି ପଳାଇଥିଲେ, ସିସିଟିଭି ଧରା ପକାଇ ଦେଲା ଅଭିନେତ୍ରୀଙ୍କ ଅପରାଧ
ସୁପ୍ରିମକୋର୍ଟ ଉଭୟ ଆନ୍ଧ୍ର ଓ ଓଡ଼ିଶାରେ ସ୍ପେଶାଲ କୋର୍ଟ ଗଠନ କରି ମାଓ ସମ୍ପର୍କିତ ମାମଲାର ବିଚାରଣ ଲାଗି ନିର୍ଦ୍ଦେଶ ଦେଇଥିଲେ। ଏକ ବର୍ଷ ମଧ୍ୟରେ ସମସ୍ତ ମାମଲାର ବିଚାର କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ସହ ସେପ୍ଟେମ୍ବର ପହିଲାରୁ ଟ୍ରାଏଲ ଆରମ୍ଭ ହେବାର ଥିଲା। ଏବେ ଟ୍ରାଏଲ ଆରମ୍ଭ ହୋଇ ନଥିବାରୁ ଆମରଣ ଅନଶନ ଆରମ୍ଭ କରିଛି ଆଜାଦ । ପୁର୍ବରୁ ମଧ୍ୟ ଏପରି ଅଭିଯୋଗ ନେଇ ଆମରଣ ଅନଶନ କରିଥିଲେ ମାଓ ନେତା ଆଜାଦ ।
ଆହୁରି ପଢ଼ନ୍ତୁ: Elephant Old Man Dies: ଶୌଚ ହେବା ପାଇଁ ଯାଇଥିଲେ, ହାତୀ ହାବୁଡ଼ରେ ପଡ଼ି ଚାଲିଗଲା ବୃଦ୍ଧଙ୍କ ଜୀବନ
ଆହୁରି ପଢ଼ନ୍ତୁ: Tejaswi on Modi: ଗୁଜୁରାଟକୁ ବୁଲେଟ ଟ୍ରେନ ଦେଉଛ, ଭୋଟ ପାଇଁ ବିହାର ଆସୁଛ: ତେଜସ୍ୱୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/10/25/maoist-2025-10-25-13-05-46.jpg)
