ଖସି ପଳାଇଲେ ମାଓନେତ୍ରୀ ମମତା, ପୁଲିସର ସର୍ଚ୍ଚ ଅପରେସନ ଜାରି

ଜଙ୍ଗଲରେ ଅଛନ୍ତି ୨ ଆହତ ମାଓବାଦୀ

ସାଧାରଣ ଜୀବନ ବିତାଉଥିବା ମହିଳା ନକ୍ସଲକୁ ଗିରଫ କରିଛି ପୁଲିସ: ନକ୍ସଲ

ତୁମୁଡ଼ିବନ୍ଧ : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ ଅନ୍ତର୍ଗତ ସିନ୍ଦିପଙ୍ଖାଳ ମୁରୁଡୁମହା ଜଙ୍ଗଲରେ ପୁଲିସ ସହିତ ଗୁଳି ବିନିମୟ ସମ‌ୟରେ ମାଓନେତ୍ରୀ ମମତା ଖସି ପଳାଇଯାଇଛନ୍ତି। ମମତା ହେଉଛନ୍ତି ଆଗଧାଡ଼ିର ମାଓନେତା ସନ୍ତୁଙ୍କ ପତ୍ନୀ। ‌ସେ ପୁଲିସ ସହିତ ମୁହଁାମୁହିଁ ହେଉଥିବା ମାଓଦଳର ନେତୃତ୍ବ ନେଉଥିଲେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଗତ ୨୪ ତାରିଖରେ ପୁଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ପକ୍ଷରୁ କିଛିସମୟ ଧରି ଗୁଳି ବିନିମୟ ହେବାପରେ ମାଓବାଦୀ କ୍ୟାମ୍ପ୍ ଛାଡ଼ି ଛତ୍ରଭଙ୍ଗ ଦେଇଥିଲେ। ୨୦ରୁ ୨୫ ମହିଳା ଓ ପୁରୁଷ ମାଓବାଦୀ ରହିଥିବାରୁ ପୁଲିସ ଗୁଳି ମୁକାବିଲା କରି ନପାରି ସେମାନେ ଖସି ପଳାଇଥିଲେ। ସେମାନଙ୍କ ମଧ୍ୟରେ ମମତା ରହିଥିବା ଜଣାପଡ଼ିଛି।

ତେବେ, ପୁଲିସ ଗୁଳିରେ ହୋଇଥିବା ଦୁଇଜଣ ମାଓବାଦୀ ଏବେବି ଜଙ୍ଗଲରେ ରହି ଚିକିତ୍ସିତ ହେଉଥିବା ଗ୍ରାମବାସୀ କହିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଅଛନ୍ତି। ସନ୍ଧ୍ୟାରେ ସେମାନେ ସ୍ଥାନୀୟ ବଜାରକୁ ଔଷଧ ନେବାପାଇଁ ଆସୁଥିବା କୁହାଯାଉଛି। ଆଉ ମାଓବାଦୀଙ୍କ ଏଭଳି ଚଳପ୍ରଚଳକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଅନ୍ୟପକ୍ଷ‌ରେ, ମୁରୁଡୁମହା ଜଙ୍ଗଲରେ ଏବେବି ପୁଲିସ ସର୍ଚ୍ଚ ଅପରେସନ୍ ଜାରି ରଖିଛି। ମାଓ ମୁକାବିଲାରେ ମୁତୟନ ହୋଇଥିବା ତୁମୁଡ଼ିବନ୍ଧ, ବେଲଘର ଓ ଭଣ୍ଡରଙ୍ଗି ତିନିଟି କ୍ୟାମ୍ପ୍‌ର କେନ୍ଦ୍ରୀୟ ସୁରକ୍ଷାବଳ ମଧ୍ୟ ଏଥିରେ ସାମିଲ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe