ପୁଲିସ-ମାଓବାଦୀ ଗୁଳିବିନିମୟରେ ୩ ମାଓବାଦୀଙ୍କ ମୃତ୍ୟୁ ଘଟଣାର ଦେଢ଼ ମାସ ପରେ ଲାଗିଲା ମାଓ ପୋଷ୍ଟର

Advertisment

ପୁଣି ଉପସ୍ଥିତି ଜାହିର କଲେ ଲାଲ୍ ବାହିନୀ

ପୁଣି ଉପସ୍ଥିତି ଜାହିର କଲେ ଲାଲ୍ ବାହିନୀ

ପୁଲିସ-ମାଓବାଦୀ ଗୁଳିବିନିମୟରେ ୩ ମାଓବାଦୀଙ୍କ ମୃତ୍ୟୁ ଘଟଣାର ଦେଢ଼ ମାସ ପରେ ଲାଗିଲା ମାଓ ପୋଷ୍ଟର

ଧର୍ମଗଡ଼: କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଅନ୍ତର୍ଗତ ମାଣିକେରା ପଞ୍ଚାୟତର ଟାପରାଙ୍ଗ ଗାଁରେ ଗତ ମେ ୯ ତାରିଖ ସକାଳୁ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାର ଦେଢ଼ ମାସ ପରେ ପୁଣି ସେହି ଗାଁରେ ମାଓ ପୋଷ୍ଟର ଲଗାଇ ନିଜ ଉପସ୍ଥିତି ଜାହିର କରିଛନ୍ତି ଲାଲ ବାହିନୀ।

ଶନିବାର ସକାଳୁ ଗ୍ରାମର ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ମାଓ ସଂଗଠନ ଏହି ହତ୍ୟାକୁ ଅମାନବୀୟ କହିବା ସହ ପୁଲିସର ବର୍ବରତାକୁ ନିନ୍ଦା କରିଛି। କ୍ରୁରତାକୁ ଲୁଚାଇ ଏନକାଉଣ୍ଟରର ରୂପ ଦେଇ ଖବର ପରିବେଷଣ କରିଥିବା ଗଣମାଧ୍ୟମ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି ମାଓ ସଂଗଠନ। ଏହି ଗୁଳିକାଣ୍ଡରେ ନିହତ ମାଓବାଦୀଙ୍କ ଫଟୋ ସହ ସେମାନଙ୍କ ସଂକ୍ଷିପ୍ତ ବିବରଣୀ ପୋଷ୍ଟରଗୁଡ଼ିକରେ ଉଲ୍ଲେଖ ରହିଛି। ନିହତ ତିନି ମାଓବାଦୀ ଲଳିତ, ରିତୁ ଓ ସନ୍ଦେଶ ରହିଥିବା ବେଳେ ସମସ୍ତଙ୍କର ମାଓ ସଂଗଠନରେ ଭୂମିକା ସମ୍ପର୍କରେ ତଥ୍ୟ ଉଲ୍ଲେଖ ରହିଛି। ଲଳିତ ପ୍ରଥମ ପତ୍ନୀ ନମିତା ମୃତ୍ୟୁର ୨ ବର୍ଷ ପରେ ଟାପରାଙ୍ଗ ଗାଁରେ ନିହତ ହେବାର ଏକ ସପ୍ତାହ ପୂର୍ବରୁ ଦ୍ୱିତୀୟ ବିବାହ କରିଥିବା ଏହି ପୋଷ୍ଟରରେ ଲେଖା ହୋଇଛି। ଏଥି ସହିତ ଜୁନ ୨୫ ତାରିଖ ବନ୍ଦକୁ ସଫଳ କରିବା ପାଇଁ ପୋଷ୍ଟରରେ ଆହ୍ଵାନ ଦେଇଛି ମାଓ ସଂଗଠନ। ଶୁକ୍ରବାର ରାତିରେ ଉକ୍ତ ଅଞ୍ଚଳରେ ବର୍ଷା କାରଣରୁ ପୋଷ୍ଟ ର କିଛି ଲେଖା ଲିଭି ଯାଇଥିଲେ ମଧ୍ୟ ମାଓବାଦୀଙ୍କ ପୁଣି ଉପସ୍ଥିତିକୁ ନେଇ ଅଞ୍ଚଳବାସୀଙ୍କ ମନରେ ପୁଣି ଥରେ ଭୟ ସଞ୍ଚାର ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe