ମଦନପୁର ରାମପୁରରେ ମାଓ ପୋଷ୍ଟର: ନିର୍ବାଚନ ବର୍ଜନ କରିବାକୁ ଆହ୍ବାନ

ମଦନପୁର ରାମପୁରରେ ମାଓ ପୋଷ୍ଟର: ନିର୍ବାଚନ ବର୍ଜନ କରିବାକୁ ଆହ୍ବାନ

ମଦନ ରାମପୁର: ଭାକପା(ମାଓବାଦୀ)କେକେବିଏନ୍ ଡିଭିଜନ କମିଟି ନାମରେ ଲାଲବାହିନୀ ଆଜି ମଦନପୁର ରାମପୁରରୁ ମୋହନଗିରି ମୁଖ୍ୟ ରାସ୍ତାର ଡମକାର୍ଲାଖୁଣ୍ଟା ମଣିକେରାର ଅରସକୂପା ଗ୍ରାମ ଛକରେ ମାଓବାଦୀ ବିଭିନ୍ନ ବ୍ୟାନର, ହାତଲେଖା ପୋଷ୍ଟର ଓ ପ୍ରିଣ୍ଟ ପୋଷ୍ଟର ଆଦି ଲଗାଇଛନ୍ତି। ଏଥିରେ ନିର୍ବାଚନ ବର୍ଜନ କରନ୍ତୁ ଗୋଲାମିରୁ ମୁକ୍ତି ପାଆନ୍ତୁ ବୋଲି ଲେଖାଯାଇଛି। ଗଣତାନ୍ତ୍ରିକ ପଦ୍ଧତିରେ ଲଢୁଥିବା ଓ କହୁଥିବା ବ୍ୟକ୍ତି ଉପରେ ହିଂସାବନ୍ଦ କରାଯାଉ ଏବଂ ଆଦିବାସୀ ଅଞ୍ଚଳରୁ ସିଆରପିଏଫ୍ ଶିବିରକୁ ତୁରନ୍ତ ଉଠାଯାଉ। ଫରେଷ୍ଟର ବଳପୂର୍ବକ ଦାଖଲ କରିଥିବା ଜମିକୁ ଆଦିବାସୀ ଓ ଦଳିତଙ୍କୁ ଫେରାଇ ଦିଆଯାଉ ଓ ଆଦିବାସୀ ଦଳିତ ପରିବାରକୁ ଜଙ୍ଗଲ ଜମିପଟ୍ଟା ପ୍ରଦାନ କରାଯାଉ।

ମାଓବାଦୀ ଆଳରେ ଲୋକଙ୍କୁ ଡକାୟତି କରୁଥିବା ବ୍ୟକ୍ତିକୁ ତୁରନ୍ତ ପୁଲିସ୍ ଗିରଫ କରୁ। ଗଞ୍ଜେଇ ଆଳରେ ପୁଲିସର ହିଂସାଲୀଳା ବନ୍ଦ କରାଯାଉ। ଏଥିରେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେଇ ତୁରନ୍ତ ଖଲାସ କରୁ। ଲୋକଙ୍କୁ ମାଗଣା ଶିକ୍ଷା, ସ୍ବାସ୍ଥ୍ୟ ଓ ଆବଶ୍ୟକୀୟ ରାସନ୍ ସାମଗ୍ରୀ ଯୋଗାଇ ଦିଆଯାଉ। ସରକାରୀ ନିଯୁକ୍ତି ବୟସ ସୀମା କ୍ୟାବିନେଟର ନିଷ୍ପତ୍ତିକୁ ରଦ୍ଦ କରାଯାଉ ଆଦି ଲେଖି ନିଜର ସକ୍ରିୟ ଉପସ୍ଥିତିକୁ ଜାହିର କରିଛନ୍ତି ମାଓବାଦୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe