ଟେମରୁପାଲ୍ଲୀରେ ମାଓ ପୋଷ୍ଟର : ପ୍ରଜାକୋର୍ଟରେ ହାଜର ପାଇଁ ୩ ଜଣଙ୍କୁ ନିର୍ଦେଶ

Advertisment
ଟେମରୁପାଲ୍ଲୀରେ ମାଓ ପୋଷ୍ଟର : ପ୍ରଜାକୋର୍ଟରେ ହାଜର ପାଇଁ ୩ ଜଣଙ୍କୁ ନିର୍ଦେଶ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଟେମରୁପାଲ୍ଲୀରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଟେମରୁପାଲ୍ଲୀ ସାପ୍ତାହିକ ହାଟରେ ଏହି ପୋଷ୍ଟର ଲାଗିଥିବା ବେଳେ ଦରଭା ଡିଭିଜନ ମାରିଥିବା ଜଣାପଡ଼ିଛି। ଏଥିରେ ସରକାର ଏବଂ ପୁଲିସକୁ ଚେତାବନୀ ଦିଆଯାଇଛି। ପୁଣି ଅଭିଯୋଗ କରାଯାଇଛି ଯେ, ଟେମରୁପାଲ୍ଲୀ ପଞ୍ଚାୟତର ହଜାର ହଜାର ଲୋକଙ୍କୁ ଜୋରଜବରଦସ୍ତ ମାଓ ସମର୍ଥକ କହି ପୁଲିସ ଆତ୍ମସମର୍ପଣ କରାଉଛି। ଯାହାକି ଠିକ୍‌ ନୁହେଁ। ଗରିବ ଲୋକଙ୍କୁ ପୁଲିସ ଧରି ମାଓବାଦୀର ଆଖ୍ୟା ଦେଉଛି। ଏଥିସହ ସେମାନଙ୍କୁ ନିର୍ଯାତନା ଦେଉଛି। ମହିଳାମାନଙ୍କୁ ବି ନିର୍ଯାତନା ଦେଉଛି।

ଏଥିସହିତ, ଟେମରୁପାଲ୍ଲୀ ଗ୍ରାମର ବୈଦ୍ୟ ପୂଜାରୀ, ମହେଶ୍ୱର ସମରଥ, ଲିଙ୍ଗରାଜ ସମରଥ ଏବଂ ବିଘ୍ନେଶ୍ୱର ସମରଥଙ୍କୁ ତୁରନ୍ତ ପ୍ରଜାକୋର୍ଟରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି। ଏହି ପୋଷ୍ଟର ହାଟରେ ଦେଖିବା ପରେ ସ୍ଥାନୀୟ ଲୋକ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe