ସହିଦ ସପ୍ତାହ ଆରମ୍ଭରୁ ବାଲିଗୁଡ଼ାରେ ମାଓପୋଷ୍ଟର୍‌ 

ସହିଦ ସପ୍ତାହ ଆରମ୍ଭରୁ ବାଲିଗୁଡ଼ାରେ ମାଓପୋଷ୍ଟର୍‌ 

ବାଲିଗୁଡ଼ା : ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ଆଜିଠାରୁ ଆରମ୍ଭ ହୋଇଛି। ତେବେ ପ୍ରଥମ ଦିନରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଖମନଖୋଲ ଅଞ୍ଚଳରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର୍‌। ଖମନଖୋଲର କଂଜାଲଗୁ ଘାଟି ସମେତ ବିଭିନ୍ନ ସ୍ଥାନରେ  ପୋଷ୍ଟର୍‌ ଲାଗିଛି। କେକେବିଏନ୍‌ ଡିଭିଜନାଲ୍‌ କମିଟି ପକ୍ଷରୁ ଲଗା ଯାଇଥିବା ଏହି ପୋଷ୍ଟରରେ ଜୁଲାଇ ୨୮ ସହିଦ ସପ୍ତାହକୁ ପ୍ରତି ଗ୍ରାମରେ ପାଳନ କରିବାକୁ ଉଲ୍ଲେଖ ରହିଛି।

ଭାରତୀୟ ବିପ୍ଲବୀ ମହାନ ନେତା ଶିକ୍ଷକ କମ୍ରେଡ ଗୁରୁ ମଜୁମଦାର କହ୍ନାଇଜୀ ଅମର ରହେ, ୧ବର୍ଷ ଭିତରେ ପାର୍ଟିର କେନ୍ଦ୍ରୀୟ କମିଟି ସଦସ୍ୟଙ୍କ ସମେତ ଶହେରୁ ଅଧିକ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସେମାନଙ୍କ ସ୍ବପ୍ନ ପୂରଣ କରିବା ପାଇଁ ଶପଥ ନେବା, ଓଡ଼ିଶା ରାଜ୍ୟର ସହିଦଙ୍କୁ ଜୁହାର, କମ୍ରେଡ ନମିତାକୁ ଜୁହାର ଆଦି ଉଲ୍ଲେଖ ରହିଛି। ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭରୁ ପୋଷ୍ଟର୍‌ ଛାଇ ଯାଇଥିବାରୁ କୌଣସି ଅଘଟଣ ଆଶଙ୍କାରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ତେବେ ପୁଲିସ ପକ୍ଷରୁ କଡ଼ା ନଜର ରଖାଯାଇଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe