ଫୁଲବାଣୀ : ନୂଆ ବର୍ଷ ପ୍ରଥମ ଦିନରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ମାଓବାଦୀ ପୁଣି ସେମାନଙ୍କ ଉପସ୍ଥିତି ଜାହିର କରିବାକୁ ଉଦ୍ୟମ କରିଛନ୍ତି। ବିଶେଷକରି ମହିଳା କ୍ୟାଡର୍ ମାଓବାଦୀ ଇଂ. ରୁପା ଓରଫ ଫୁଲ ପୁଲିସ ଗୁଳିରେ ନିହତ ହେବା ପରେ ମାଓ ସଂଗଠନ ଅଧିକ ପ୍ରତିହିଂସା ପରାୟଣ ଓ ସକ୍ରିୟ ହୋଇ ଉଠିଛନ୍ତି। ବଡ଼ ଧରଣର ହମ୍ଲା କରିବା ନିମନ୍ତେ ଯୋଜନା ପ୍ରସ୍ତୁତ କରୁଥିବା କୁହାଯାଉଛି। ତୁମୁଡିବନ୍ଧ ଓ କୋଟଗଡ଼ ପରେ ଆଜି ଗୋଛାପଡ଼ା ଅଞ୍ଚଳରେ ଧମକ ପୋଷ୍ଟର ଲଗା ଯାଇଥିବା ଦେଖିବାକୁ ମିଳିଛି। କେକେବିଏନ୍ ସଂଗଠନ ନାଁରେ ଏହି ପୋଷ୍ଟର ଲାଗିଥିଲା।
କନ୍ଧମାଳରେ ମାଓ ପୋଷ୍ଟର
Advertisment
Follow Us