କନ୍ଧମାଳ: ଗୁଞ୍ଜିବାଡ଼ି ରେ ମାଓ ବ୍ୟାନର, ଲାଲ କପଡା ଛାଡି କଳା କପଡା ଆପଣାଇଲେ ମାଓ ସଂଗଠନ

Advertisment
କନ୍ଧମାଳ: ଗୁଞ୍ଜିବାଡ଼ି ରେ ମାଓ ବ୍ୟାନର, ଲାଲ କପଡା ଛାଡି କଳା କପଡା ଆପଣାଇଲେ ମାଓ ସଂଗଠନ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଗୁଞ୍ଜିବାଡ଼ି ପିଡବ୍ଲୁଡି ଠାରୁ ଜିଡୁଵାଡି ପ୍ରଧାନମନ୍ତ୍ରୀ ରାସ୍ତାରେ କଳା ରଙ୍ଗ କପଡାରେ ଧଳା ଅକ୍ଷରରେ ମାଓ ବ୍ୟାନର ଲେଖା ଯାଇ  ଲଗାଯାଇଛି। ସିପିଆଇ ମାଓବାଦୀ ଓଡିଶା ରାଜ୍ୟ କମିଟିରୁ ପୋଷ୍ଟର ଓ ବ୍ୟାନର ଲଗାଯାଇଛି। ଗେରୁଆ ଆତଙ୍କବାଦୀ ସଙ୍ଘ ପରିବାରର ତାଣ୍ଡବ ଲୀଳା ବିରୋଧରେ ଡ଼ିସେମ୍ବର ୬ ରୁ ୧୨ ପ୍ରତିରୋଧ ସପ୍ତାହ ପାଳନ କରିବାକୁ କୁହାଯାଇଛି। ବ୍ରାହ୍ମଣିୟ ହିଂଦୁଵାଦୀ ଫାସିବାଦ ବିରୋଧରେ ଏକଜୁଟ ହୋଇ ସଂଗ୍ରାମ କରିବାକୁ ଆହ୍ୱାନ କରିଛି ମାଓ ସଙ୍ଘଟନ।

publive-image

ଧର୍ମ ନାରେ ଦଙ୍ଗା ବନ୍ଦ କରିବାକୁ ଚେତାବନୀ ଦେଇଥିବା ବେଳେ ଗୋ ରକ୍ଷା ନାମରେ ମୁସଲମାନ, ଖ୍ରୀଷ୍ଟିଆନ, ଦଳିତ ଆଦିବାସୀଙ୍କ ଉପରେ ହେଉଥିବା ଆକ୍ରମଣକୁ ପୋଷ୍ଟର ଓ ବ୍ୟାନର ମାଧ୍ୟମରେ ବିରୋଧ। ମୋଦି ସରକାରଙ୍କ ମାଓବାଦୀ ନିପାତ ଅଭିଯାନକୁ ବିରୋଧ ସହ ନୂଆ ଗଣତାନ୍ତ୍ରିକ ସମାଜ ପ୍ରତିଷ୍ଠା ପାଇଁ  ମାଓବାଦୀ ନେତୃତ୍ୱରେ ସଙ୍ଘଟନ ହେବାକୁ ଆହ୍ୱାନ କରିଛି ଭାରତୀୟ କମ୍ୟୁନିଷ୍ଟ ମାଓ ସଙ୍ଘଟନ। ବର୍ତମାନ ମାଓ ସଂଗଠନ ଲାଲ କପଡା ଛାଡି କଳା କପଡା ବ୍ୟବହାର କରୁଥିବା ନେଇ ଚର୍ଚ୍ଚା ହେଉଛି। ପୋଲିସ ଏହି ମାଓ ବ୍ୟାନରକୁ ନେଇ ସତ୍ୟ ସତ୍ୟ କେତେ ରହିଛି ତାହାର ତଦନ୍ତ ଚଳାଇଛି। ଏହାସହ ଜିଲ୍ଲାରେ କଡ଼ା ସୁରକ୍ଷା ଗ୍ରହଣ କରିବା ସହ ଗାଡି ମୋଟର ଯାଞ୍ଚ କରୁଛି। ସିଆରପିଏଫ ପକ୍ଷରୁ କୁମ୍ବିଂ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe