ମ.ରାମପୁରରେ ଆଜି ପୁଣି ଲାଗିଲା ମାଓ ପୋଷ୍ଟର

Advertisment
ମ.ରାମପୁରରେ ଆଜି ପୁଣି ଲାଗିଲା ମାଓ ପୋଷ୍ଟର

ମ.ରାମପୁର: କଳାହାଣ୍ଡି ଜିଲ୍ଲା ମ.ରାମପୁର ଅଞ୍ଚଳରେ ଲାଲ ବାହିନୀ ଦୁଇ ଦିନ ପୂର୍ବରୁ ମ.ରାମପୁରସ୍ଥିତ ଶ୍ରୀ ଏଜୁକେସନ୍ ଶିକ୍ଷା ସଂସ୍ଥାନକୁ ଟାର୍ଗେଟ କରି ପୋଷ୍ଟର ମାରିଥିଲା। ଆଜି ପୁଣି ସେହି ନୁନପୁର ଛକ ନିକଟରେ ସିପିଆଇ ମାଓବାଦୀ ପକ୍ଷରୁ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି। ପୂର୍ବରୁ ଦିଆଯାଇଥିବା ସୂଚନା ଦୋହରାଯାଇଛି। ଶ୍ରୀ ଏଜୁକେସନ୍‌ରେ ୪ ଜଣ ଝିଅଙ୍କୁ ଦୁଷ୍କର୍ମ କରାଯାଇଛି। ଏହି ବିଷୟ ଘରେ କହିଲେ ଜୀବନରେ ମାରି ଦିଆଯିବ ବୋଲି ସ୍କୁଲ୍ ପକ୍ଷରୁ ଧମକ ଦିଆଯାଇଛି। ସରକାର ଏହା ପ୍ରତି ପଦକ୍ଷେପ ନିଅନ୍ତୁ, ନହେଲେ ଆମେ ଶ୍ରୀ ଏଜୁକେସନ୍ ଉପରେ ପଦକ୍ଷେପ ନେବୁ। ଝିଅ ମାନଙ୍କୁ ସୁରକ୍ଷା ଦିଆଯାଉ ବୋଲି ଉଲ୍ଲେଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe