ମଦନପୁର ରାମପୁରରେ ଗତମାସ ୩ ମାଓବାଦୀ ନିହତ ହୋଇଥିଲେ, ପୁଣି ମାଓ ପୋଷ୍ଟର ଦେଖି ଚିନ୍ତାରେ ଗ୍ରାମବାସୀ

Advertisment
ମଦନପୁର ରାମପୁରରେ ଗତମାସ ୩ ମାଓବାଦୀ ନିହତ ହୋଇଥିଲେ, ପୁଣି ମାଓ ପୋଷ୍ଟର ଦେଖି ଚିନ୍ତାରେ ଗ୍ରାମବାସୀ

ମ.ରାମପୁର : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଟାପରେଙ୍ଗ ଗାଁରେ ଗତ ମାସ ୯ତାରିଖ ଦିନ ପୁଲିସ-ମାଓବାଦୀ ଗୁଳି ବିନିମୟ ଘଟଣାକୁ ସ୍ଥାନୀୟ ବାସିନ୍ଦା ଭୁଲି ପାରି ନାହାନ୍ତି, ଯେଉଁ ଘଟଣାରେ ତିନି ଜଣ ମାଓବାଦୀ ନିହତ ହୋଇଥିଲେ। ଏହି ଘଟଣାକୁ ଦେଢ଼ ମାସ ବିତି ଯାଇଥିବା ବେଳେ ଆଜି ପୁଣି ଲାଲବାହିନୀ ନିଜର ସ୍ଥିତି ଜାହିର କରିଛନ୍ତି। ଗତ ରାତିରେ ଟାପରାଙ୍ଗ ଛକ ମୁଖ୍ୟ ରାସ୍ତାର ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିଛନ୍ତି। ଆଜି ଏହି ମାଓ ପୋଷ୍ଟର ଦେଖିବାକୁ ମିଳିଛି।

ଟାପରେଙ୍ଗ ଠାରେ ପୁଲିସ-ମାଓବାଦୀ ଗୁଳିବିନିମୟ ପରେ ଆଜି ଦ୍ବିତୀୟ ଥର (କେକେବିଏନ) ମାଓବାଦୀମାନେ ପୋଷ୍ଟର ଜାରି କରିଛନ୍ତି। ଗୁଳି ବିନିମୟରେ ନିହତ ହୋଇଥିବା ତିନି ମାଓବାଦୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଜନଆନ୍ଦୋଳନ କରିବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି। ପୁଲିସର ବର୍ବରତା ଓ ଅମାନବୀୟ କାର୍ଯ୍ୟ ପ୍ରତି ନିନ୍ଦା କରିବା ସହିତ ନିହତ ମାଓବାଦୀ ଲଳିତର ଦ୍ଵିତୀୟ ବିବାହର ଏକ ସପ୍ତାହରେ ମୃତ୍ୟୁ ହୋଇଥିବା ଉଲ୍ଲେଖ ଅଛି। ନିହତ ମାଓବାଦୀମାନଙ୍କ ଫଟୋ ସହିତ ସେମାନଙ୍କ ବିଷୟରେ ସଂକ୍ଷିପ୍ତ ବିବରଣୀ ଉଲ୍ଲେଖ ଥିବା ସହିତ ଆସନ୍ତା ଜୁନ ୨୫ ତାରିଖ ରେ ମାଓବାଦୀଙ୍କ ଦ୍ଵାରା ହେବାକୁ ଥିବା ବନ୍ଦକୁ ସଫଳ କରିବାକୁ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe