ପାର୍ସାଲିରେ ମାଓ ପୋଷ୍ଟର : ଯୁବକ, ଯୁବତୀଙ୍କୁ ଆନ୍ଦୋଳନରେ ସାମିଲ ହେବାକୁ ଆହ୍ଵାନ

Advertisment
ପାର୍ସାଲିରେ ମାଓ ପୋଷ୍ଟର : ଯୁବକ, ଯୁବତୀଙ୍କୁ ଆନ୍ଦୋଳନରେ ସାମିଲ ହେବାକୁ ଆହ୍ଵାନ

କଲ୍ୟାଣସିଂହପୁର : ବାଶଧାରା-ଘୁମୁଷର-ନାଗାବଳୀ ଡିଭିଜନ ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ସହିଦ ସପ୍ତାହ ପାଳନ ନିମନ୍ତେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗରି ପାହାଡ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତ ଓ ଡଙ୍ଗରିଆ ଉନ୍ନୟନ କାର୍ଯ୍ୟାଳୟ ସାମ୍ମୁଖରେ ପୋଷ୍ଟର ଓ ବ୍ୟାନର ମରାଯାଇଛି। ୨୮ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ସିପିଆଇ ମାଓବାଦୀ ବାଶଧାରା-ଘୁମୁଷର-ନାଗାବଳି ଡିଭିଜନ ପକ୍ଷରୁ ୩ଟି ପୋଷ୍ଟର ଓ ଗୋଟିଏ ବ୍ୟାନର ମାରି ସହିଦଙ୍କ ଶ୍ରଦ୍ଧାଞ୍ଜଳି ଦେଇ ଯୁବକ, ଯୁବତୀଙ୍କୁ ଏହି ଆନ୍ଦୋଳନରେ ସାମିଲ ହେବାକୁ ଆହ୍ଵାନ ଦେଇଛନ୍ତି।

ପାର୍ସାଲି ପଞ୍ଚାୟତ କାର୍ଯ୍ୟାଳୟ ସାମ୍ମୁଖ ଆମ୍ବଗଛରେ ବ୍ୟାନର ମାରିଥିବା ବେଳେ ଅଙ୍ଗନୱାଡି କେନ୍ଦ୍ର ଆମ୍ବଗଛ ଓ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ନିକଟ ଆମ୍ବ ଗଛରେ ବ୍ୟାନର ମାରିଥିବା ଦେଖିବାକୁ ମିଳିଛି। ପାର୍ଟିର ଶିକ୍ଷକ ଓ ପ୍ରତିଷ୍ଠାତା କେ.ଚାରୁ, କେ. କାହ୍ନାଇଙ୍କ ସ୍ୱପ୍ନକୁ ପୂରା କରିବା ପାଇଁ ଶପଥ ନିଅନ୍ତୁ ଓ ଶତ୍ରୁ ପାଖରେ ଆତ୍ମସମର୍ପଣ କରିବା ବଦଳରେ ଆତ୍ମହତ୍ୟା କରିବା ଭଲ ବୋଲି ଏହି ପୋଷ୍ଟରରେ ଉଲ୍ଲେଖ ହୋଇଛି। ସେହିପରି ବାଦଲ, ସଂଜୟ, ଭୀମା, ରାକେଶ, ରାଧା, ସିଲାଙ୍କ ସ୍ୱପ୍ନକୁ ସାକାର କରିବାକୁ ନିବେଦନ କରିଛନ୍ତି। ବିପ୍ଳବୀ ସହିଦଙ୍କ ବଳିଦାନରୁ ଶିକ୍ଷା ନିଅନ୍ତୁ ବୋଲି ସଂଗଠନ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe