ଭବାନୀପାଟଣାରେ ଡିଜପି ଅଭୟଙ୍କ ମାଓ ସମୀକ୍ଷା ବୈଠକ

Advertisment
ଭବାନୀପାଟଣାରେ ଡିଜପି ଅଭୟଙ୍କ ମାଓ ସମୀକ୍ଷା ବୈଠକ

ଭବାନୀପାଟଣା: ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ କୁମାର ଆଜି କଳାହାଣ୍ଡି ଦିନିକିଆ ଗସ୍ତ କରି ଭବାନୀପାଟଣାରେ ମାଓ ସମୀକ୍ଷା କରିଛନ୍ତି। ଭବାନୀପାଟଣା ରିଜର୍ଭ ପୁଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ସେ କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ାରେ କିଭଳି ମାଓଦମନ କରାଯାଇପାରିବ ସେ ନେଇ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିବା ଜଣାଯାଇଛି। ମାଓ ଦମନ ପାଇଁ କ’ଣ ସବୁ ଆବଶ୍ୟକ ଏବଂ କେଉଁ ପଦ୍ଧତିରେ ଏହି ଜିଲ୍ଲାଗୁଡ଼ିକରୁ ମାଓ ଗତିବିଧି ଦୂର କରାଯାଇପାରିବ ସମୀକ୍ଷା ବୈଠକରେ ସେ ଆଲୋଚନା କରିଛନ୍ତି।

ବିଶେଷକରି ବିଭିନ୍ନ ମାମଲାରେ ତଦନ୍ତକୁ କେମିତି ଅଧିକ ଶାଣିତ କରାଯାଇ ପାରିବ ଓ ଅପରାଧ ନିୟନ୍ତ୍ରଣ ହୋଇ ପାରିବ ସେ ଦିଗରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାରେ ମାଓ କାର୍ଯ୍ୟକଳାପ କମିଥିଲାବେଳେ ମାଓ ଗତିବିଧି ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ପୁଲିସ ପାଖରେ ଥିବା ମାନବ ସମ୍ବଳର ଉପଯୁକ୍ତ ବିନିଯୋଗ କରି ଲୋକମାନଙ୍କୁ ସୁରକ୍ଷା ଦେବାକୁ ପୁଲିସ ଡିଜି ପରାମର୍ଶ ଦେଇଥିଲେ।

ଡିଜିଙ୍କ ଏହି ଗସ୍ତରେ ଆଡିସନାଲ ଡିଜି ସତ୍ୟଜିତ ମହାନ୍ତି, ଆଡିସନାଲ ଡିଜି (ମୁଖ୍ୟାଳୟ) ବିନୟ ତୋଷ ମିଶ୍ର, ଇଣ୍ଟଲେଜିଏନ୍‌ସ ଡାଇରେକ୍ଟର (ସ୍ପେଶାଲ) ରାଧାକୃଷ୍ଣ ଶର୍ମା, ଆଇଜି (ଅପରେସନ) ଅମିତାଭ ଠାକୁର ଏବଂ ଡିଆଇଜି (ଏସଆଇଡବ୍ଲୁ) ଅନିରୁଦ୍ଧ ସିଂ, କୋରାପୁଟ ରେଂଜ ଡିଆଇଜି ସେଫିନ ଅହମ୍ମଦ, କନ୍ଧମାଳ ଏସ୍‌ପି ପ୍ରତୀକ ସିଂହ, ରାୟଗଡ଼ା ଏସ୍‌ପି ଶ୍ରବଣ ବିବେକ ଏମ୍‌ ଓ କଳାହାଣ୍ଡି ଏସ୍‌ପି ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe