କନ୍ଧମାଳ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ , ମାଓ ଶିବରି ଧ୍ବଂସ

ଚନ୍ଦାହାଣ୍ଡି  :  ଝରିଗାଁ ଘାଟି ରାସ୍ତାରେ ଗଛ କାଟି ରାସ୍ତା ଅବରୋଧ, ମାଓବାଦୀ ସନ୍ଦେହ

image source-global.janmabhumidaily.com

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ମାଓବାଦୀମାନେ ସକ୍ରିୟ ହୋଇଥିବାର ଖବର ବେଶ କିଛି ଦିନ ଧରି ଚର୍ଚ୍ଚାରେ ରହିଛି। ଏଭଳି ସମୟରେ ଗତକାଲି ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମରବନ୍ଧ ଅଞ୍ଚଳରେ ସୁରକ୍ଷାକର୍ମୀ ମାଓବାଦୀ ମୁହାଁମୁହିଁ ହୋଇଥିବା ଜଣାଯାଇଛି। ଏସ୍ଓଜି କମ୍ବିଂ କରୁଥିବା ବେଳେ ମାଓବାଦୀଙ୍କ ସହିତ ସେମାନଙ୍କର ଗୁଳି ବିନିମୟ ହୋଇଥିବାର ଖବର ମିଳିଛି ।

ଏଥିରେ ବିଶେଷ କ୍ଷୟକ୍ଷତି ହୋଇ ନ ଥିବା କୁହାଯାଉଥିବା ବେଳେ ମାଓବାଦୀମାନଙ୍କଠାରୁ କେତେକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ଜଣାଯାଇଛି। ଖାଲି ସେତିକି ନୁହେଁ ଏହି କମ୍ବିଂ ସମୟରେ କେତେକ ମାଓ ଶିବିର ସ୍ବଂସ ହୋଇଥିବାର ସୂଚନା ମିଳିଛି। ଏସଂପର୍କରେ ପୁଲିସ୍ ପକ୍ଷରୁ ଶୀଘ୍ର ସୂଚନା ଦିଆଯିବ। ସୂଚନାଯୋଗ୍ୟ, ବିଳମ୍ବିତ ରାତି ଯାଏଁ ଏସ୍ଓଜି ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମରବନ୍ଧ ଅଞ୍ଚଳରେ କମ୍ବିଂ କରିଥିଲେ ।

ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ଛାଡ଼ି କନ୍ଧମାଳ ପୁଲିସ ନିକଟରେ ମାଓ ଛାଡ଼ି ଜଣେ ନାବାଳିକା ମାଓବାଦୀ କ୍ୟାମ୍ପ ଆତ୍ମସମର୍ପଣ କରିଥିଲା । ଆତ୍ମସମର୍ପଣ କରିଥିବା ନାବାଳିକା ମାଓବାଦୀର ବୟସ ୧୬ବର୍ଷ। ତାର ଘର ହେଉଛି କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଥାନା ଅଞ୍ଚଳରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe