ରେଳ ଟ୍ରାକ୍‌ରେ ମାଓ ବ୍ୟାନର୍‌, ମାଟିତଳୁ ବିପୁଳ ବିସ୍ଫୋରକ ଜବତ

Advertisment

ବନ୍ଧମୁଣ୍ଡା ରେଳ ସେକ୍ସନ୍‌ ଅଧୀନ କିରିବୁରୁ-କରମପଦା ରେଳ ଧାରଣାରେ ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ବ୍ୟାନର୍‌ ଲଗାଯାଇଛି। କିରିବୁରୁ-କରମପଦା ରେଳ ସେକ୍ସନ୍‌ର କିଲୋମିଟର ସଂଖ୍ୟା ୪୮୮/୬-୭ ମଝିରେ ମଙ୍ଗଳବାର ରାତି....

ବନ୍ଧମୁଣ୍ଡା ରେଳ ସେକ୍ସନ୍‌ ଅଧୀନ କିରିବୁରୁ-କରମପଦା ରେଳ ଧାରଣାରେ ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ବ୍ୟାନର୍‌ ଲଗାଯାଇଛି। କିରିବୁରୁ-କରମପଦା ରେଳ ସେକ୍ସନ୍‌ର କିଲୋମିଟର ସଂଖ୍ୟା ୪୮୮/୬-୭ ମଝିରେ ମଙ୍ଗଳବାର ରାତି....

dgjgdjgjdcnbn

ରାଉରକେଲା/ବନ୍ଧମୁଣ୍ଡା: ବନ୍ଧମୁଣ୍ଡା ରେଳ ସେକ୍ସନ୍‌ ଅଧୀନ କିରିବୁରୁ-କରମପଦା ରେଳ ଧାରଣାରେ ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ବ୍ୟାନର୍‌ ଲଗାଯାଇଛି। କିରିବୁରୁ-କରମପଦା ରେଳ ସେକ୍ସନ୍‌ର କିଲୋମିଟର ସଂଖ୍ୟା ୪୮୮/୬-୭ ମଝିରେ ମଙ୍ଗଳବାର ରାତି ପ୍ରାୟ ୧୦ଟାବେଳେ ମାଓବାଦୀଙ୍କ ବ୍ୟାନର୍‌ ଦେଖିବାକୁ ମିଳିଥିଲା। ସେହି ଟ୍ରାକ୍‌ରେ ଯାଉଥିବା ଏକ ମାଲବାହୀ ଟ୍ରେନ୍‌ର ଲୋକୋ ପାଇଲଟ୍‌ ଲାଲ୍‌ରଙ୍ଗର ବ୍ୟାନର୍‌କୁ ଦେଖି ଟ୍ରେନ୍‌ ଅଟକାଇ ଥିଲେ। ଏହାପରେ କିରିବୁରୁ-କରମପଦା ଲାଇନରେ ଟ୍ରେନ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଥିଲା। ସକାଳ ହେବା ମାତ୍ରେ ବିମଳାଗଡ଼ ଆର୍‌ପିଏଫ୍‌, ପଶ୍ଚିମ ସିଂହଭୂମର କିରିବୁରୁ ଥାନା ପୁଲିସ ଓ ସିଆର୍‌ପିଏଫ୍‌ ଯବାନ ଉକ୍ତ ସ୍ଥାନରେ ପହଞ୍ଚିଥିଲେ। 

ବୁଧବାର ସକାଳ ୯.୫୫ ବେଳେ ମାଓ ବ୍ୟାନର୍‌ ହଟାଯିବା ସହିତ ଘଟଣାସ୍ଥଳ ଯାଞ୍ଚ କରାଯାଇଥିଲା। ସବୁ କିଛି ଠିକ୍ ପାଇବା ପରେ ରେଳବାଇ ପକ୍ଷରୁ ସକାଳ ୧୦.୧୫ରେ ଏହି ମାର୍ଗରେ ଟ୍ରେନ‌୍ ଚଳାଚଳ ଆରମ୍ଭ ହୋଇଥିଲା। ସୂଚନାଯୋଗ୍ୟ, ୨୮ ଜୁଲାଇରୁ ଆସନ୍ତା ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସିପିଆଇ ମାଓ ସଂଗଠନ ପକ୍ଷରୁ ସହିଦ ଦିବସ ପାଳନ କରାଯାଉଛି। ସେହିପରି ସିଆରପିଏଫ୍‌ ପକ୍ଷରୁ ମଙ୍ଗଳବାର ରାତିରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଜଙ୍ଗଲ ମେଲପିଡ଼ି ଅଞ୍ଚଳରେ ତଲାସି ଅଭିଯାନ ବେଳେ ବିପୁଳ ପରିମାଣର ବିସ୍ଫୋରକ, ତାର ଜବତ ହୋଇଛି। ମାଓବାଦୀମାନେ ବିସ୍ଫୋରକ ଗୁଡ଼ିକୁ ମାଟିତଳେ ପୋତି ରଖିଥିଲେ। ନିକଟରେ ମାଓମାଦୀମାନେ ମାଟି ତଳେ ଲୁଚାଇ ରଖିଥିବା ୩୫ ଲକ୍ଷ ଟଙ୍କା ଜବତ ହୋଇଥିଲା। ଏହି ଘଟଣା ପରେ ମିଳିତ ଅପରେସନ୍‌କୁ ଜୋରଦାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe