ପାଟଦରା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ; ୨ ଟିଫନ୍‌ ବୋମା, ମାଓ ସାମଗ୍ରୀ ଜବତ

Advertisment
ପାଟଦରା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ; ୨ ଟିଫନ୍‌ ବୋମା, ମାଓ ସାମଗ୍ରୀ ଜବତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ପାଟଦରା ରିଜର୍ଭ ଫରେଷ୍ଟରେ ମାଓ କ୍ୟାମ୍ପ ଠାବ ହୋଇଛି। ଏସ୍‌ଓଜି, ସିଆର୍‌ପିଏଫ, ଡିଭିଏଫର ମିଳିତ କମ୍ବିଂ ବେଳେ ଠାବ କରାଯାଇଛି। ସେଠାରୁ ୨ଟି ଟିଫିନ୍‌ ବୋମା, ବ୍ୟାଟେରି ୧୨ ଭୋଲଟ୍‌ ୨ଟି, ପାଣି ଜାର୍‌ ଗୋଟିଏ, ମାଓ ପୁସ୍ତକ ସହିତ ଅନେକ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଏନେଇ ନୂଆପଡ଼ା ଏସ୍‌ପି ପ୍ରତ୍ୟୁଷ ଦିବାକର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୁନାବେଡ଼ା ଅଭୟାରଣ୍ୟରେ ମାଓବାଦୀଙ୍କ ଗତିବିଧିର ସୂଚନା ପାଇ ଯବାନଙ୍କ ପକ୍ଷରୁ ୨ ଦିନ ହେବ କଂମ୍ବି ଅପରେସନ୍‌ ହୋଇଥିଲା। ୨୩ ତାରିଖରୁ ଚାଲିଥିବା ଏହି ଅପରେସନ୍‌ରେ ଶୁକ୍ରବାର ସକାଳ ୮ଟାରେ ଯବାନଙ୍କୁ ସଫଳତା ମିଳିଥିଲା। ପାଟଦରା କୋକିଟାମ ଗାଁ ନିକଟରେ କ୍ୟାମ୍ପ ଠାବ କରିଥିଲେ।

publive-image

ସୂଚନାଥାଉକି ଚଳିତ ମାସ ୧୭ ତାରିଖରେ ସିନାପାଲି ବ୍ଲକ୍‌ ଝୋଲାପଡ଼ାରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ୫୦ ରାଉଣ୍ଡ୍‌ ଗୁଳି ବିନିମୟ ହୋଇଥିଲା। ଏଥିରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ସିଆର୍‌ପିଏଫ ଡେପୁଟି କମାଣ୍ଡାଣ୍ଟ୍‌ ପାର୍ଥ ସାରଥୀ, ଏସ୍‌ଏଏ ନଗବୀ ସହ ଏସ୍‌ଆଇ ଦେବାଷିଶ ରାଉତ ଉପସ୍ଥିତ ଥି‌ଲେ। ଶୁକ୍ରବାର ୨ଟି ଟିଫିନ୍‌ ବୋମା ମିଳିଥିବାରୁ ଏକ ବଡ଼ଧରଣର ଆକ୍ରମଣର ଯୋଜନା କରାଯାଉଥିଲା ବୋଲି ଜଣାପଡ଼ିଛି। ମାଓବାଦୀ ମାନେ ନିଜର ଉପସ୍ଥିତ ଜାହିର କରି ଯବାନଙ୍କୁ ଚ୍ୟା‌ଲେଞ୍ଜ୍‌ ଦେଉଛନ୍ତି। ଏଭଳି ସ୍ଥିତିରେ ଜିଲ୍ଲା ପୁଲିସ ଓ ସିଆର୍‌ପିଏଫ ବର୍ତ୍ତମାନ ସଜାଗ ରହିବା କଥା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe