ସ୍ବାଭିମାନ ଅଞ୍ଚଳରୁ ମିଳିଲା ମାଓବାଦୀଙ୍କ ବିସ୍ଫୋରକ: ୫୬ ଜିଲୋଟିନ୍, ୧୩ ଡିଟୋନେଟର୍‌ ଜବତ

ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରୁ ମାଓବାଦୀ ଲୁଚାଇ ରଖିଥିବା  ବିସ୍ପୋରକ ଠାବ କରିଛି ବିଏସ୍ଏଫ୍। ଯବାନମାନେ ୫୬ଟି ଜିଲୋଟିନ୍, ୧୩ଟି ଡିଟୋନେଟର, କୋଡେକ୍ସ ତାର ଗୋଟିଏ ବ୍ୟାଣ୍ଡଲ, ବିଦ୍ୟୁତ୍ ତାର ବ୍ୟାଣ୍ଡଲ, ବ୍ୟାଟେରି, ମାଓ ପୁସ୍ତିକା, ଡାଇରି ଓ ସିଡି ଇତ୍ୟାଦି ଜବତ କରିଛନ୍ତି।

fhfshfhsfhhf

ମାଲକାନଗିରି: ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରୁ ମାଓବାଦୀ ଲୁଚାଇ ରଖିଥିବା  ବିସ୍ପୋରକ ଠାବ କରିଛି ବିଏସ୍ଏଫ୍। ଯବାନମାନେ ୫୬ଟି ଜିଲୋଟିନ୍, ୧୩ଟି ଡିଟୋନେଟର, କୋଡେକ୍ସ ତାର ଗୋଟିଏ ବ୍ୟାଣ୍ଡଲ, ବିଦ୍ୟୁତ୍ ତାର ବ୍ୟାଣ୍ଡଲ, ବ୍ୟାଟେରି, ମାଓ ପୁସ୍ତିକା, ଡାଇରି ଓ ସିଡି ଇତ୍ୟାଦି ଜବତ କରିଛନ୍ତି। ଏହାପରେ ବିଏସ୍ଏଫ୍ ପକ୍ଷରୁ ଆଖପାଖ ଅଞ୍ଚଳରେ କମ୍ବିଂ ଅପରେସନ୍‌କୁ ଜୋର୍‌ଦାର କରାଯାଇଛି। ଗତ କିଛି ଦିନ ତଳେ ପଡ଼ୋଶୀ ଛତିଶଗଡ଼ର ବିଏସ୍ଏଫ୍ ଆଣ୍ଟି ନକ୍ସଲ ଅପରେସନ ଏସ୍‌ଡିଜି, ଓଡ଼ିଶା ଡିଜିପି ଏବଂ ଓଡ଼ିଶା ବିଏସ୍ଏଫ୍ ଆଇଜି ମାଲକାନଗିରି ଗସ୍ତ ସମୟରେ ନକ୍ସଲ ଦମନ ନିମନ୍ତେ ଆଲୋଚନା କରିଥିଲେ।

ଏହାପରେ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋର୍‌ଦାର କରାଯାଇଥିଲା। ଯାହାଫଳରେ ଗତକାଲି ୧୭୭ ବିଏସ୍ଏଫ୍ ବାଟାଲିୟନ ଯବାନ ସ୍ବାଭିମାନ ଅଞ୍ଚଳର ଯୋଡ଼ାମ୍ବ ଥାନା ଅନ୍ତର୍ଗତ ଯନ୍ତ୍ରୀ ପଞ୍ଚାୟତର ଆରିଲିପଡ଼ା ଏବଂ ଟାବର ଜଙ୍ଗଲରେ ସର୍ଚ୍ଚ ଅପରେସନ ସମୟରେ ମାଓବାଦୀ ଲୁଚାଇ ରଖିଥିବା ସାମଗ୍ରୀ ଠାବ କରିଥିଲେ। ଏହି ଅଞ୍ଚଳ ବହୁବର୍ଷ ଧରି ନକ୍ସଲ ଗଡ଼ ଭାବେ ପରିଚିତ ଥିଲା। କ୍ୟାଡର ମାଓବାଦୀ ଏବଂ ସେମାନଙ୍କୁ ସମର୍ଥନ କରୁଥିବା ବ୍ୟକ୍ତି ଏହି ଅଞ୍ଚଳକୁ ନିଜର ସୁରକ୍ଷିତ ଆଶ୍ରୟ କରିଥିଲେ। ଏଥିସହ ନିଜକୁ ସୁରକ୍ଷିତ ରଖିବା ପାଇଁ ଉକ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡମାଇନ୍ ଖଞ୍ଜିଛନ୍ତି। ଏପରିକି ଖାତ ଖୋଳି ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଲୁଚାଇ ରଖିଛନ୍ତି। ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ୍ କରିବା ପାଇଁ ନକ୍ସଲ ଏସବୁ ପୋତି ରଖିଥିବା ବିଏସ୍ଏଫ୍ କହିଛି। ଫଳରେ ବଡ଼ଧରଣର ଅଘଟଣକୁ ଏଡ଼ାଇବାରେ ସଫଳ ହୋଇଛି ବିଏସ୍ଏଫ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe