ବାଇଶିପଲ୍ଲୀ ଜଙ୍ଗଲରେ ଶତାଧିକ ମାଓବାଦୀ, ସୁରକ୍ଷା ଜୋନ୍ ପାଲଟିଛି ବୌଦ୍ଧ-ନୟାଗଡ଼ ସୀମାନ୍ତ

ଫୁଲବାଣୀ, ଦଶପଲ୍ଲାରେ ଚାଲିଛି କମ୍ବିଂ ଅପରେସନ୍‌

ପୁଲିସ କ୍ୟାମ୍ପ ହଟାଇବାକୁ ଦାବି କରୁଥିବା ୩ ଗ୍ରାମବାସୀଙ୍କର ଗୁଳିଚାଳନାରେ ମୃତ୍ୟୁ

Sambad

ଦଶପଲ୍ଲା : ରାଜ୍ୟର ଯେକୌଣସି ସ୍ଥାନରେ ଲାଲ୍ ବାହିନୀର ହମ୍‌ଲା ହେଉ କି ସୁରକ୍ଷା କର୍ମୀଙ୍କ ପକ୍ଷରୁ ମାଓ ଦମନ ଅପରେସନ୍, ସେତେବେଳେ ନିଜର ସୁରକ୍ଷା ପାଇଁ ବୌଦ୍ଧ ଓ କନ୍ଧମାଳ ସୀମାନ୍ତ ବାଇଶିପଲ୍ଲୀ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲକୁ ମାଓବାଦୀମାନେ ଚାଲିଆସନ୍ତି। ବିଶେଷକରି କେକେବିଏନ୍ (କଳାହାଣ୍ତି-କନ୍ଧମାଳ-ବୌଦ୍ଧ-ନୟାଗଡ) ଡିଭିଜନ୍‌ର ପ୍ରାୟ ଟପ୍ କ୍ୟାଡର୍‌ମାନେ ବିଭିନ୍ନ ହମ୍‌ଲା ପରେ ଏହି ଜଙ୍ଗଲରେ ନିଜର ସଂଗଠନକୁ ସୁଦୃଢ଼ କରିବା ପାଇଁ ଏକତ୍ର ହୋଇଥାନ୍ତି। କିଛିଦିନ ଧରି ୨ ଗୋଟି ଦଳ ବୌଦ୍ଧ ଏବଂ ନୟାଗଡ଼ ସୀମାନ୍ତ ଅଞ୍ଚଳରେ ଆଡ଼ା ଜମାଇ ଆସୁଥିବା ବେଳେ ଆଜି ୩୮ ଜଣିଆ ଏକ ଦଳ ଏହି ଅଞ୍ଚଳରେ ପହଞ୍ଚିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ କିଛି ମହିଳା କ୍ୟାଡର୍‌ ଥିବା ମଧ୍ୟ ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲାର ତଳଗାଁ ଅଞ୍ଚଳରେ କିଛି ମାଓବାଦୀ ରହିଥିବା ବେଳେ ଆଉ କିଛି ନୟାଗଡ଼ ଜିଲ୍ଲାର ବାଣିଗୋଛା (ପୂର୍ବ) ବନାଞ୍ଚଳ ଅଧୀନସ୍ଥ କୁମ୍ରୀ ଏବଂ ବେଦାଡ଼ି ଅଞ୍ଚଳରେ ରହିଛନ୍ତି। ଆଖପାଖ ଅଞ୍ଚଳରେ ବୈଠକ କରି ସଂଗଠନକୁ ସୁଦୃଢ଼ କରିବା ପାଇଁ ଯୋଜନା ଚାଲିଥିବା କୁହାଯାଉଛି। କିଛିଦିନ ତଳେ ଛତିଶଗଡ଼ରେ ମାଓବାଦୀଙ୍କ ବଡ଼ଧରଣର ହମ୍‌ଲା ସହ କନ୍ଧମାଳର ଗୋଛାପଡ଼ା ଥାନା ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ଅପରେସନ ଜାରିରହିଛି। ଫଳରେ, ଏହି ମାଓ ସଂଗଠନର କିଛି ସଦସ୍ୟ ଛତ୍ରଭଙ୍ଗ ଦେଇ ଏଠାକୁ ଚାଲି ଆସିଥିବା କୁହାଯାଉଛି। ଏପଟେ କିନ୍ତୁ ୨ ପ୍ଲାଟୁନ୍ ଏସ୍‌ଓଜି ଯବାନଙ୍କୁ ନେଇ ଦଶପଲ୍ଲାର ବିଭିନ୍ନ ଜଙ୍ଗଲରେ କମ୍ବିଂ ଅପରେସନ ଜୋରଦାର୍ କରାଯାଇଛି। ଫୁଲବାଣୀରୁ ଦଶପଲ୍ଲା ଅଭିମୁଖେ ମଧ୍ୟ କମ୍ବିଂ ଅପରେସନ୍ କରାଯାଉଥିବା ଜଣାପଡ଼ିଛି। ଯାହାକୁ ନେଇ ମାଓବାଦୀଙ୍କ ଏଭଳି ଆଡ଼ା କରିଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ ୨୦୦୮ ମସିହାରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ଥାନା ଉପରେ ମାଓବାଦୀଙ୍କ ଆକ୍ରମଣ ଘଟଣା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିଥିଲା। ଏହାପରେ ମାଓବାଦୀମାନେ ଅଧିକାଂଶ ସମୟ ଜିଲ୍ଲାରେ ସକ୍ରିୟ ହୋଇ ଆସିଛନ୍ତି। ୨୦୧୭ ଜୁଲାଇ ମାସରେ ବନ୍ୟପ୍ରାଣୀ ବିଭାଗର ବାଇଶିପଲ୍ଲୀ ଅଭୟାରଣ୍ୟ ମଧ୍ୟରେ ଥିବା ବିଭିନ୍ନ ଫରେଷ୍ଟ ବିଟ୍ ହାଉସ ଉପରେ ଆକ୍ରମଣ କରିବା ଘଟଣାଠାରୁ ଆରମ୍ଭ କରି ୨୦୧୯ ମସିହାରେ କୁଆଁରିଆ ନିକଟରୁ ମାଓ ପୋଷ୍ଟର୍‌ ଜବତ କରିବା ଏବଂ କୁଆଁରିଆସ୍ଥିତ ବାଣିଗୋଛା (ପୂର୍ବ) ବନାଞ୍ଚଳ କାର୍ଯ୍ୟାଳୟରୁ ବନ୍ଧୁକ ଲୁଟ୍ କରିବା ସହ ଛାଡ଼ି ଯାଇଥିବା ମାଓ ପୋଷ୍ଟର୍‌ ହିଁ ମାଓ ସଂଗଠନ ସକ୍ରିୟ ଥିବା ସ୍ପଷ୍ଟ କରିଛି। ମାତ୍ର ଏହାକୁ ଜିଲ୍ଲା ପ୍ରଶାସନ ହାଲୁକା ଭାବେ ନେଇଥିବାବେଳେ ଏବେ ଚାଲିଥିବା ମାଓ ବିରୋଧୀ ଅପରେସନ୍‌ ଜିଲ୍ଲା ପ୍ରଶାସନକୁ କେତେ ସହାୟ ହେଉଛି, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe