CREATOR: gd-jpeg v1.0 (using IJG JPEG v62), quality = 100
ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ଦନ୍ତେବାଡ଼ା ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ସରପଞ୍ଚକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ନକ୍ସଲ। କିରଣ୍ଡୁଲ ଥାନା ଠାରୁ ମାତ୍ର ୮ କିଲୋମିଟର ଦୂରରେ ନକ୍ସଲ ଏହି ଖୁନି ଖେଳ ଖେଳିଛନ୍ତି। ହିରୋଲି ପଞ୍ଚାୟତର ସରପଞ୍ଚ ଜଗା କୁଞ୍ଜମି ନକ୍ସଲ ହତ୍ୟା କରିଛନ୍ତି। ଗତ ତିନିଦିନ ହେଲା ହିରୋଲି ଗ୍ରାମରେ ଯାତ୍ରା ଚାଲିଛି। ବିଭିନ୍ନ ଗ୍ରାମର ଶହଶହ ଲୋକ ଏହି ଯାତ୍ରରେ ରୁଣ୍ଡ ହେବା ସହ ଦେବୀ ଦେବତାଙ୍କୁ ପୂଜାର୍ଚ୍ଚନା କରୁଛନ୍ତି। ଏହାସହ ନାଚ ଗୀତର ଅସର ମଧ୍ୟ ଚାଲିଥିଲା। ଜାଗା ମଧ୍ୟ ଏହି ନାଚ ଗୀତରେ ମସଗୁଲ ଥିଲା। ଏହି ସମୟରେ ଜଣେ ନକ୍ସଲ ସାଧା ପୋଷାକରେ ଜଗାକୁ ଡାକି ନିକଟସ୍ଥ ଜମିକୁ ନେଇଥିଲା। ସେଠାରେ ପୂର୍ବରୁ ୫୦ରୂ ଊର୍ଦ୍ଧ୍ବ ସଶସ୍ତ୍ର ନକ୍ସଲ ଉପସ୍ଥିତ ଥିଲେ।
ଜଗା ସେଠାରେ ପହଞ୍ଚିବା ମାତ୍ରେ ନକ୍ସଲଙ୍କ ମଧ୍ୟରୁ ଜଣେ ଜଗାର ମୁଣ୍ଡକୁ ଟାଙ୍ଗିଆ ସାହାଯ୍ୟରେ ପ୍ରହାର କରିଥିଲା। ଜଗା ତଳେ ପଡିଯିବା ପରେ ଚାକୁ, ଛୁରୀରେ ହତ୍ୟା କରିଥିଲେ। ଏହାସହ ସେଠାରେ ଏକ ପୋଷ୍ଟର ମଧ୍ୟ ଛାଡିକି ଚାଲି ଯାଇଥିଲେ। ଜଗା ପୁଲିସ ସୂଚନା ଦାତା ବୋଲି ସୂଚାଇ ହତ୍ୟା କରାଯାଇଥିବା କୁହାଯାଇଛି। ଗାଙ୍ଗୁଲୁର ଏରିଆ କମିଟି ତରଫରୁ ଏହି ଘଟଣା ଘଟାଯାଇଥିବା ନେଇ ପୋଷ୍ଟେରରେ ଉଲ୍ଲେଖ ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
Follow Us