୧୦ ମାମଲାରେ ସବ୍ୟସାଚୀ ହାଜର

୧୦ ମାମଲାରେ ସବ୍ୟସାଚୀ ହାଜର

ଭଞ୍ଜନଗର : ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହାଜର କରାଯାଇଛି। ଗତକାଲି ତାଙ୍କୁ ହାଜର କରାଯାଇଥିବାବେଳେ ଆଜି କଡ଼ା ସୁରକ୍ଷା ମଧ୍ୟରେ ପୁଣିଥରେ ହାଜର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ବଡ଼ଗଡ ଥାନା ଗୌଡ଼ଗୋଠଠାରେ ବୋମା ନିଷ୍କ୍ରିୟ, ଗସମାହା ମାମଲା ଓ ସୋରଡ଼ା ଥାନା ଇଲାକାରେ ଟାୱାର ପୋଡ଼ି ସମେତ ୧୦ଟି ମାମଲାରେ ସେ ହାଜର ହୋଇଥିଲେ। ଏହିସବୁ ମାମଲାରେ ଗତକାଲି ୧୫ ଜଣ ସାକ୍ଷ୍ୟ ପ୍ରଦାନ କରିଥିବା ବେଳେ ଆଜି ଜଣେ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ଏମ.ତାଜ ଆଦାନି, ସୁରେନ୍ଦ୍ରନାଥ ପଣ୍ଡା, ସୁଶାନ୍ତ କୁମାର ତିଆଡି, ବିମ୍ବାଧର ଷଡ଼ଙ୍ଗୀ ମାମଲା ପରିଚାଳନା କରୁଥିବାବେଳେ ବେଳେ ସବ୍ୟସାଚୀଙ୍କ ପକ୍ଷରୁ ସମୀର ନାୟକ ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe