ଆଜିଠାରୁ ମାଓବାଦୀଙ୍କ ସହିଦ ସପ୍ତାହ

Advertisment
ଆଜିଠାରୁ ମାଓବାଦୀଙ୍କ ସହିଦ ସପ୍ତାହ

ମାଲକାନଗିରି : ଆସନ୍ତାକାଲି ଠାରୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ ହେବ। ଏହା ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ନକ୍ସଲ ନେତା ବସନ୍ତ ଏକ ଅଡିଓ ଟେପ୍‌ ଜାରି କରି ସହିଦ ସପ୍ତାହକୁ ପାଳନ କରିବା ପାଇଁ ଆହ୍ଵାନ ଦେଇଛନ୍ତି। ସହିଦ ସପ୍ତାହକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

’ସହିଦ ସପ୍ତାହ’କୁ ନେଇ ନକ୍ସଲଙ୍କ ଡାକରା ସାଧାରଣରେ ଭୟ ସଞ୍ଚାର କରିଛି। ଏହି ସମୟରେ ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ବସ୍‌ ଚଳାଚଳ ବି ବନ୍ଦ ରହିବ। ନକ୍ସଲମାନେ ବି ଗାଁ ଗାଁରେ ସହିଦ ସ୍ତମ୍ଭ ନିର୍ମାଣ କରି ଲୋକଙ୍କୁ ଏକତ୍ର କରିବା ଆରମ୍ଭ କରିଛନ୍ତି। ନକ୍ସଲ ନେତା ବସନ୍ତ ଜାରି କରିଥିବା ଅଡ଼ିଓ ଟେପ୍‌ରେ ପୋଷ୍ଟର ଏବଂ ବ୍ୟାନର ମାରି ସହିଦଙ୍କ ଉଦେଶ୍ୟରେ ଦୁଇ ମିନଟ ନୀରବ ପ୍ରାର୍ଥନା କରିବା ସହ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଅନୁରୋଧ କରିଛନ୍ତି।

ଅପରପକ୍ଷରେ, ସହିଦ ସପ୍ତାହକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୀମାକୁ ସିଲ କରି ବିଏସ୍‌ଏଫ୍‌, ଡିଭିଏଫ୍‌ ଓ ଏସ୍‌ଓଜି ଯବାନ ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖିଛନ୍ତି। କୌଣସି ପ୍ରକାର ଅପ୍ରୀତିକର ଘଟଣାକୁ ଏଡାଇବା ପାଇଁ ଗୁଇନ୍ଦା ବିଭାଗ ତତ୍ପର ରହିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe