ଡ୍ରୋନ୍ ସହାୟତାରେ ମାଓବାଦୀଙ୍କ ଗତିବିଧିକୁ ଲକ୍ଷ୍ୟ କରିଲା ପୁଲିସ୍

Advertisment
ଡ୍ରୋନ୍ ସହାୟତାରେ ମାଓବାଦୀଙ୍କ ଗତିବିଧିକୁ ଲକ୍ଷ୍ୟ କରିଲା ପୁଲିସ୍

ମାଲକାନଗିରି: ପୁଲିସର ଡ୍ରୋନ୍ ସହାୟତାରେ ମାଓବାଦୀଙ୍କ ଗତିବିଧିକୁ ଲକ୍ଷ୍ୟ କରୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀଙ୍କ ନିର୍ଦ୍ଦେଶରେ ଶହ ଶହ ଗ୍ରାମବାସୀ ରାସ୍ତା କାଟିବାକୁ ଯିବା ସମୟରେ , ପୁଲିସର ଡ୍ରୋନରେ କଏଦ ହୋଇଥିଲା ଚିତ୍ର। କିସ୍ତରାମ ପୋଲିସ ଷ୍ଟେସନ ଅଞ୍ଚଳର ପାଲୋଡି ଅଞ୍ଚଳରେ କଏଦ ହୋଇଥିଲା ଏହି ଚିତ୍ର। ମିଳିଥିବା ସୂଚନା ଅନୁଯାୟୀ, ପାଲୋଡି ଜଙ୍ଗଲରେ ନାଳପାରି ହେଉଥିବା ବେଳେ ସୁରକ୍ଷା ବଳୟ ଡ୍ରୋନ ଉଡାଇଥିଲେ । ସେମାନେ ଜାତୀୟ ରାଜପଥକୁ କାଟି ରାସ୍ତା ଅବରୋଧ କରିବାକୁ ଯାଉଥିବା କୁହାଯାଉଛି।

ମାଓବାଦୀମାନଙ୍କ ସହ ଶହ ଶହ ନିରୀହ ଗ୍ରାମବାସୀମାନେ ଥିବାର ସେମାନଙ୍କ ଉପରେ ଆକ୍ରମଣ ସମ୍ଭବ ହୋଇ ପାରି ନଥିବା ସୁକମା ଏସପି ଶାଲାବ ସିହ୍ନା କହିଛନ୍ତି। ତେବେ ପୁଲିସ୍ ପକ୍ଷରୁ ମାଓବାଦୀମାନଙ୍କ ଗତବିଧି ଉପରେ କଡ଼ା ନଜର ରଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe