ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀମାନେ ଏକ ବର୍ବର କାଣ୍ଡ ଭିଆଇଥିବାର ଖବର ମିଳିଛି। ପୁଲିସ ଇନଫର୍ମର ସନ୍ଦେହ କରି ଦୁଇଜଣଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି ମାଓବାଦୀ।
ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତଦୁହେଁ ହେଲେ ଗଙ୍ଗଲା ଗାଁର ଉପ ସରପଞ୍ଚ ଧନିରାମ କୋରସା ଏବଂ ୱାଡ଼ ମେମ୍ବର ଗୋପଲ କୁଡ଼ିୟମ । ମାଓବାଦୀମାନେ ପରିବାର ଲୋକଙ୍କ ସାମ୍ନାରେ ନିର୍ମମ ଭାବେ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ଜଣାଯାଇଛି । ଏନେଇ ବିଜାପୁର ଏସପି କମୋଲୋଚନ କଶ୍ୟପ ସୂଚନା ଦେଇଛନ୍ତି ।
Follow Us