ଦକ୍ଷିଣ ବସ୍ତରରେ ମାଓ ନେତା ଆରକେ ମୃତ ସୂଚନା

Advertisment
ଦକ୍ଷିଣ ବସ୍ତରରେ ମାଓ ନେତା ଆରକେ ମୃତ ସୂଚନା

ମାଲକାନଗିରି/କୋରାପୁଟ: ମାଓବାଦୀ ନେତାଙ୍କୁ ଶକ୍ତ ଝଟକା ଲାଗିଛି। ମାଓନେତା ରାମକୃଷ୍ଣ ଓରଫ୍‌ ଅକ୍କିରାଜୁ ହରଗୋପାଳଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଛତିଶଗଡ଼ର ଦକ୍ଷିଣ ବସ୍ତର ଜଙ୍ଗଲରେ ଆର.କେଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ।

ଆର.କେଙ୍କ ନାଁରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ମଧ୍ୟ ପୁରସ୍କାର ରହିଛି। ସେ କେନ୍ଦ୍ରୀୟ କମିଟିର ସଦସ୍ୟ ଥିଲେ। ଆନ୍ଧ୍ର-ଓଡ଼ିଶା ସୀମା ଜୋନାଲ କମିଟିର ସଂପାଦକ ଥିଲେ। ରାମାଗୁଡା ଏନକାଉଣ୍ଟର ପରେ ସଂପାଦକ ପଦରୁ ଓହରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିବା ସୂଚନା। ଅନ୍ୟପଟରେ ଆର.କେଙ୍କ ମୃତ୍ୟୁ ନେଇ ମାଓ ସଂଗଠନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ରାଜଶେଖର ରେଡ୍ଡୀଙ୍କ ସମୟରେ ଶାନ୍ତି ବାର୍ତ୍ତା ଲାଗି ବାହରିଥିବା ମାଓବାଦୀ ନେତାଙ୍କ ନେତୃତ୍ୱ ନେଇଥିଲେ। ଓଡ଼ିଶାରେ ଆର୍‌କେଙ୍କ ନାଁରେ ରହିଛି ୨୦୦ରୁ ଊର୍ଦ୍ଧ୍ୱ ମାମଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe