ପୁଲିସ ଇନ୍‌ଫର୍ମର ସନ୍ଦେହ କରି ୮ ଜଣଙ୍କୁ ଅପହରଣ କରି ନିସ୍ତୁକ ମାଡ଼ ଦେଲେ ମାଓବାଦୀ

ପୁଲିସ ଇନ୍‌ଫର୍ମର ସନ୍ଦେହ କରି ୮ ଜଣଙ୍କୁ ଅପହରଣ କରି ନିସ୍ତୁକ ମାଡ଼ ଦେଲେ ମାଓବାଦୀ

ମାଲକାନଗିରି: ପୁଲିସ ଇନ୍‌ଫର୍ମର ସନ୍ଦେହରେ ଗତ ୫ ଦିନ ତଳେ ମାଥିଲି ବ୍ଲକ୍‌ ଅନ୍ତର୍ଗତ ମହୁପଦର ପଞ୍ଚାୟତର ଗଳିଆଗୁଡ଼ାର ଗ୍ରାମରୁ ୮ ଜଣଙ୍କୁ ଅପହରଣ କରି ନେଇଥିବା ଲୋକଙ୍କୁ ମାଓବାଦୀମାନେ ଗତକାଲି ଛାଡ଼ି ଦେଇଛନ୍ତି।
ମାଓବାଦୀମାନେ ପରଦେଶୀ ଦୁରୁଆ, ସୀତାରାମ ଦୁରୁଆ, ପଦିଆ କବାଶି, ମୁସିକି ଦୁରୁଆ, ମିଶି କବାଶି, ଲସିମଧର ଦୁରୁଆ. ଆଡ଼ାମ ପଡ଼ିଆମି ଓ ପାଣ୍ଡୁ ମାଡ଼ିଙ୍କ ଅପହରଣ କରି ଜଙ୍ଗଲ ମଧ୍ୟଙ୍କୁ ନେଇ ଯାଇଥିଲେ। ସେମାନେ ପୁଲିସର ସୂଚନାଦାତା ସାଜିବା ସହ ବିଏସ୍‌ଏଫ୍‌ଙ୍କ ସଙ୍ଗରେ କୁମ୍ବିଂ ଅପରେସନ୍‌ରେ ଯାଉଥିବା କଥା ଦର୍ଶାଇ ପ୍ରଜାକୋର୍ଟରେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

ପରେ ମାଓବାଦୀମାନେ ସେମାନଙ୍କୁ ନିସ୍ତୁକ ମାରିଥିଲେ ଏବଂ ପୁଲିସ ସହ ସମ୍ପର୍କ ରଖିଲେ ପରିଣାମ ଭୟାବହ ହେବ ବୋଲି ଚେତାବନୀ ଦେଇ ଛାଡ଼ି ଦେଇଥିଲେ।

ସେମାନଙ୍କୁ ଦରଭା ଡିଭିଜନ୍‌ର ମାଓବାଦୀମାନେ ଧରିନେଇ ଥିଲେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe