ଠିକା କ୍ୟାମ୍ପର ୧୦ ଗାଡ଼ି ଜାଳିଲେ ମାଓବାଦୀ

Advertisment
ଠିକା କ୍ୟାମ୍ପର ୧୦ ଗାଡ଼ି ଜାଳିଲେ ମାଓବାଦୀ

କଲ୍ୟାଣସିଂହପୁର : ରାସ୍ତା କାମକୁ ବିରୋଧ କରି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ମାଓବାଦୀ ଲଙ୍କାକାଣ୍ଡ ଘଟାଇଛନ୍ତି। ଗତକାଲି ରାତିରେ ନାରିଙ୍ଗତୋଳା ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଆର ଆଣ୍ଡ ବି ଠିକା କଂପାନିର ୧୦ଟି ଗାଡ଼ିକୁ ପେଟ୍ରୋଲ ଢାଲି ପୋଡି ଦେଇଛନ୍ତି। ଏଥିରେ ୪ଟ୍ରାକ୍ଟର, ୪ଟି ବାଇକ, ଗୋଟିଏ ବଲୋରୋ ଏବଂ ଗୋଟିଏ ଜେସିବି ଜଳି ଯାଇଛି। ତେବେ ଏହି କାଣ୍ଡ ଘଟାଇବା ପୂର୍ବରୁ ଠିକାଦାର ଏବଂ ଅନ୍ୟମାନଙ୍କୁ ସେଠାରୁ ଘଉଡାଇ ଦେଇଥିଲେ। ସେହିପରି ଯିବା ପୂର୍ବରୁ ଠିକା କ୍ୟାମ୍ପରେ କିଛି ପୋଷ୍ଟର ଓ ବ୍ୟାନର ଛାଡି ଯାଇଥିଲେ। ଆଜି ସକାଳେ ଠିକାଦାର ଜଣକ କଲ୍ୟାଣସିଂହପୁର ଥାନାରେ ଏତଲା ଦେଇଛନ୍ତି। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ବ୍ୟାନର ପୋଷ୍ଟର ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe