ମାଓବାଦୀଙ୍କ ପ୍ରେସ୍‌ ବିଜ୍ଞପ୍ତି: ଆସନ୍ତାକାଲି ଭୋଟ୍‌ ବର୍ଜନ ଲାଗି ଆହ୍ଵାନ

Advertisment
ମାଓବାଦୀଙ୍କ ପ୍ରେସ୍‌ ବିଜ୍ଞପ୍ତି: ଆସନ୍ତାକାଲି ଭୋଟ୍‌ ବର୍ଜନ ଲାଗି ଆହ୍ଵାନ

କଲ୍ୟାଣସିଂହପୁର: ଗୁରୁବାର ଦିନ ହେବାକୁ ଯାଉଥିବା ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣରେ ଭୋଟ୍‌ ବର୍ଜନ କରିବା ସହ ଡିଭିଜନ୍‌ ବନ୍ଦ ପାଳନ କରିବାକୁ ମାଓବାଦୀମାନେ ପ୍ରେସ୍‌ ବିଜ୍ଞପ୍ତି ଜାରି କରିଛନ୍ତି।

ଡାକ ଯୋଗେ ଆସିଥିବା ଏହି ପ୍ରେସ୍‌ ବିଜ୍ଞପ୍ତିରେ ସିପିଆଇ ମାଓବାଦୀ ବାଷଧରା ଘୁମୁସର ନାଗାବଳୀ ଡିଭିଜ୍‌ନାଲ୍‌ କମିଟି ବୋଲି ଦର୍ଶାଯାଇଛି। ଆସନ୍ତାକାଲି ଅର୍ଥାତ୍‌ ଏପ୍ରିଲ୍‌ ୧୧ ତାରିଖରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣକୁ ବର୍ଜନ କରନ୍ତୁ ଏବଂ ମାଓ ଡିଭିଜନ୍‌ର ଦୁଇଟି ଜିଲ୍ଲାର ୪ଟି ବ୍ଲକ୍‌, କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ୍‌ ଓ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର, ମୁନିଗୁଡ଼ା ଓ ବିଷମକଟକ ବ୍ଲକ୍‌ରେ ବନ୍ଦ ପାଳନ ନିମନ୍ତେ ସେମାନେ ଡାକରା ଦେଇଛନ୍ତି।

publive-image

କମ୍ରେଡ୍‌ ଅଜିତାଙ୍କୁ ହତ୍ୟା, ନିୟମଗିରି ଜନ ଆନ୍ଦୋଳନ ଦମନ, ଜଙ୍ଗଲଜମିରୁ ଆଦିବାସୀଙ୍କୁ ବିସ୍ଥାପନ, ହଳଦି ଓ ଜଙ୍ଗଲଜାତ ଦ୍ରବ୍ୟର ଉଚିତ ଦାମ ନ ମିଳିବା, ପୁଲିସ ଦମନ, ନାରୀ ନିର୍ଯାତନାକୁ ବିରୋଧ ଏବଂ ମୌଳିକ ସମସ୍ୟା ସମାଧାନ ଦାବି କରି ମାଓବାଦୀମାନେ ଭୋଟ୍‌ ବର୍ଜନ କରିବାକୁ କହିଛନ୍ତି।

ଏ ସଂକ୍ରାନ୍ତରେ ପୁଲିସ ଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଆସନ୍ତାକାଲି ସମଗ୍ର ଦେଶରେ ସାଧାରଣ ନିର୍ବାଚନ ଲାଗି ହେଉଥିବା ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣରେ ଓଡ଼ିଶାର ୪ଟି ଲୋକସଭା ଆସନ ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ। ସେଥିରୁ ନବରଙ୍ଗପୁର ଓ କୋରାପୁଟ ସମ୍ପୂର୍ଣ୍ଣ ମାଓପ୍ରବଣ ଏବଂ କଳାହାଣ୍ଡି ଓ ବ୍ରହ୍ମପୁରର କେତେକ ଅଞ୍ଚଳରେ ମାଓବାଦୀ କାର୍ଯ୍ୟକଳାପ ପରିଲକ୍ଷିତ ହୋଇଥାଏ।

ଗତକାଲି ନକ୍ସଲ୍‌ମାନେ ଲ୍ୟାଣ୍ଡ୍‌ମାଇନ ବିସ୍ଫୋରଣ କରି ଛତିଶଗଡ଼ର ଜଣେ ବିଧାୟକଙ୍କ ଗାଡ଼ିକୁ ନଷ୍ଟ କରିଦେବା ସହ ବିଧାୟକଙ୍କ ସହ ଗାଡ଼ିରେ ଥିବା ୫ ଜଣ ଯବାନଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe