ବୌଦ୍ଧ-ନୟାଗଡ଼ ସୀମାନ୍ତରେ ଡେରା ପକାଇଲେଣି ମାଓବାଦୀ!

Advertisment
ମାଓପ୍ରବଣ ଜିଲ୍ଲା ତାଲିକାରେ ଓଡ଼ିଶାର ୧୫

The Indian Express

ବୌଦ୍ଧ : ବୌଦ୍ଧ ଜିଲ୍ଲା ସୀମାନ୍ତରେ ପୁଣି ଥରେ ସଶସ୍ତ୍ର ମାଓବାଦୀ ଡେରା ପକାଇଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି। ବୌଦ୍ଧ ନୟାଗଡ଼ ଜିଲ୍ଲା ସୀମାନ୍ତ ହରଭଙ୍ଗା ବ୍ଲକ୍‌ ଅଞ୍ଚଳ କୁଶଙ୍ଗ ପଞ୍ଚାୟତ ଅନ୍ତର୍ଗତ ଅଭୟାରଣ୍ୟ ଏବଂ ନିକଟ ଗାଁକୁଡ଼ିକରେ ୨ଟି ଦଳରେ ପ୍ରାୟ ୩୦ରୁ ଅଧିକ ଜଣ ସଶସ୍ତ୍ର ମାଓବାଦୀ ବୁଲୁଥିବା ଜଣାପଡ଼ିଛି। ସେମାନେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ବାଇଶିପାଲ୍ଲୀ ଅଭୟାରଣ୍ୟ‌ ଦେଇ ଯାତାୟାତ କରୁଥିବା ଜଣାପଡ଼ିଛି। ଉଭୟ ଜିଲ୍ଲା ସୀମାନ୍ତରେ ମାଓ ସଂଗଠନ ବୃଦ୍ଧି ଓ ସଦସ୍ୟ ସଂଗ୍ରହ ପାଇଁ ସେମାନେ ଲାଗି ପଡ଼ିଛନ୍ତି। ୨ଟି ଦଳରେ ପ୍ରାୟ ୧୭ରୁ ଅଧିକ ମାଓବାଦୀ ପ୍ରାୟ ସପ୍ତାହେ ହେବ ଜିଲ୍ଲାର କୁଶଙ୍ଗ ପଞ୍ଚାୟତ ସୀମାନ୍ତ ଗାଁ ଗୁଡ଼ିକରେ ବୈଠକ ମଧ୍ୟ କରୁଥିବା ସୂତ୍ରରୁ ଜଣାପଡ଼ିଛି। ଉଭୟ ଜିଲ୍ଲାର ଫରେଷ୍ଟ୍‌ ବିଟ୍‌ ହାଉସ୍‌ଗୁଡ଼ିକର ଫଟୋ ଉଠାଇଥିବା ସୂଚନା ମିଳିଛି। ତେବେ ଆଗକୁ ସେମାନଙ୍କ ଗତିବିଧି କଣ ରହିବ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରୁନାହିଁ।

ପ୍ରକାଶଥାଉକି, ୨୦୧୪ ମସିହାରେ ଜଣେ କ୍ୟାଡର୍‌ ମହିଳା ମାଓବାଦୀ ବୌଦ୍ଧ ଜିଲ୍ଲାରେ ଧରାପଡ଼ିଥିଲେ। ପରବର୍ତ୍ତୀ ସମୟରେ ୫ଟି ନକ୍ସଲ ମାମଲା ହେବା ପରେ ଗତ ୨୦୧୬ ମସିହା ଏପ୍ରିଲ୍‌ ମାସରେ ସରକାର ବୌଦ୍ଧ ଜିଲ୍ଲାକୁ ମାଓବାଦୀ ପ୍ରଭାବିତ ଜିଲ୍ଲା ଭାବେ ଘୋଷଣା କରିଥିଲେ। ମାଓବାଦୀଙ୍କ ଗତିବିଧିକୁ ଦୃଷ୍ଟିରେ ରଖି ବୌଦ୍ଧ ବ୍ଲକ୍‌ ବଲାସିଙ୍ଗାରେ ପଞ୍ଚମ ଇଣ୍ଡିଆନ୍‌ ରିଜର୍ଭ ବାଟାଲିଆନ୍‌ ସ୍ଥାପନ କରାଯାଇଥିଲା। ଏହି ୫ବର୍ଷ ମଧ୍ୟରେ ବୌଦ୍ଧ ଜିଲ୍ଲାରେ ଗୋଟିଏ ମଧ୍ୟ ମାଓ ଗତିବିଧି ନହେବାରୁ ଚଳିତ ୨୦୨୦ ବର୍ଷର ଗତ ଜୁଲାଇ ମାସରେ ରାଜ୍ୟ ସରକାର ବୌଦ୍ଧ ଜିଲ୍ଲା ସମେତ ରାଜ୍ୟର ୫ଟି ଜିଲ୍ଲାକୁ ମାଓମୁକ୍ତ ଘୋଷଣା କରିଥିଲେ। ବୌଦ୍ଧ ଜିଲ୍ଲାକୁ ଏସ୍‌ଆର୍‌ଇ ତାଲିକାରୁ ମଧ୍ୟ ବାଦ୍‌ ଦିଆଗଲା। ତେବେ ଇତିମଧ୍ୟରେ ୬ମାସ ଅତିକ୍ରାନ୍ତ କରିସାରିଛି। ବର୍ତ୍ତମାନ ଜିଲ୍ଲା ସୀମାନ୍ତରେ ପୁଣି ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ଆସୁଛି। ସେହି ଅଞ୍ଚଳରେ ବସବାସ କରୁଥିବା ଗ୍ରାମବାସୀଙ୍କ ସମେତ ଅଭୟାରଣ୍ୟରେ ନିୟୋଜିତ ବନ ବିଭାଗ କର୍ମଚାରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe