ସହରି ନକ୍ସଲ ଦମ୍ପତିଙ୍କୁ ଗିରଫ କଲା ପୁଲିସ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ରାଜଧାନୀରୁ ପୁଲିସ ଏକ ସହରି ନକ୍ସଲ ଦମ୍ପତିଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଲଗାତାର ପୁଲିସ ନକ୍ସଲ ଦମନରେ ବିଭିନ୍ନ ଦିଗକୁ ନେଇ ଅପରେସନ କରିବା ସହ ସହରି ଏବଂ ଜଂଗଲି ନେଟଵର୍କକୁ ସଜାଗ ରଖିଛି।

Untitled-17

ମାଲକାନଗିରି: ଜିଲ୍ଲା ସୀମାନ୍ତ ଛତିଶଗଡ଼ର ରାଜଧାନୀରୁ ପୁଲିସ ଏକ ସହରି ନକ୍ସଲ ଦମ୍ପତିଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଲଗାତାର ପୁଲିସ ନକ୍ସଲ ଦମନରେ ବିଭିନ୍ନ ଦିଗକୁ ନେଇ ଅପରେସନ କରିବା ସହ ସହରି ଏବଂ ଜଂଗଲି ନେଟଵର୍କକୁ ସଜାଗ ରଖିଛି। ଏହିକ୍ରମରେ ରାୟପୁର ଠାରେ ଦୀର୍ଘ ଦିନ ଧରି ନକ୍ସଲ ଦମ୍ପତି ବିଭିନ୍ନ ସ୍ଥାନରେ ଭଡା ନେଇ ରହୁଥିଲେ। ଏମାନେ ହେଲେ ଜଗ୍ଗୁ ଅରଫ ରମେଶ ଏବଂ ତାଂକ ପତ୍ନୀ କମଲା। ଏମାନେ ବିଜାପୁର ଜିଲ୍ଲାର ବୋଲି ପୁଲିସ ଜାଣିବାକୁ ପାଇଛି। ଏମାନେ ପେକ ଆଧାର କାର୍ଡ କରି ସହରରେ ରହୁଥିଲେ।

ରାୟପୁରର ବିଭିନ୍ନ ସାହିରେ ଘର ବଦଳାଇ ରହୁଥିଲେ। ପୁଲିସ ସହରି ନେଟଵର୍କକୁ ତଦନ୍ତ କରିବା ବେଳେ ଏହି ଦମ୍ପତି ଧରାପଡ଼ିଥିଲେ।

ଏପରିକି ଏମାନେ ବଡ଼ବଡ଼ ଅଧିକାରୀଙ୍କ ଘରେ କାମ କରିବା ସହ କାର ଡ୍ରାଇଭର ଓ ଗାର୍ଡ ରୂପେ ମଧ୍ୟ କାମ କରୁଥିଲେ। ରାୟପୁରର ବିଭିନ୍ନ ସାହିରେ ଘର ବଦଳାଇ ରହୁଥିଲେ। ପୁଲିସ ସହରି ନେଟଵର୍କକୁ ତଦନ୍ତ କରିବା ବେଳେ ଏହି ଦମ୍ପତି ଧରାପଡ଼ିଥିଲେ। ଏମାନଙ୍କୁ ପୁଲିସ ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରିଛି। ଏମାନେ ପୁଲିସକୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବା ଜଣାପଡିଛି।

Malkangiri 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe