ମାଓବାଦୀ ହେଉଛନ୍ତି ବିପୁଳ କଳାଧନର ଅଧିକାରୀ: ଏସ୍‌ଆଇଟିର ଉପାଧ୍ୟକ୍ଷ ଅରିଜିତ ପଶାୟତ

Advertisment
ମାଓବାଦୀ ହେଉଛନ୍ତି ବିପୁଳ କଳାଧନର ଅଧିକାରୀ: ଏସ୍‌ଆଇଟିର ଉପାଧ୍ୟକ୍ଷ ଅରିଜିତ ପଶାୟତ

କଟକ: ମାଓ ପ୍ରବଣ ମାଲକାନଗିରି ଅଞ୍ଚଳରୁ କୋଟି କୋଟି ଟଙ୍କାର ନିଶା ଦ୍ରବ୍ୟ ଚାଲାଣ ହେଉଛି। ଚାଲାଣ ବେଳେ ଅନେକ ସମୟରେ ନିଶା ଦ୍ରବ୍ୟ ଜବତ କରାଯାଇଛି। ଏତଦ୍‌ ବ୍ୟତୀତ ମାଓନେତାଙ୍କ ଠାରୁ ବହୁ ସମ୍ପତ୍ତି ଜବତ କରାଯାଇଛି ବୋଲି ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌(ଏସ୍‌ଆଇଟି)ର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି। କଟକରେ କଳାଧନ ସମ୍ପର୍କିତ ବୈଠକରେ ଶନିବାର ପଶାୟତ କହିଛନ୍ତି, ମାଓବାଦୀମାନେ କଳାଧନକୁ ବ୍ୟବହାର କରି ସେମାନେ ଅପରାଧୀକ କାମ ବଢ଼ାଉଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଖଣିରୁ କେତେ ଟଙ୍କା ଆଦାୟ କରାଯାଇଛି, ଆଉ କେତେ ଟଙ୍କା ଆଦାୟ କରାଯିବ ଓ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି ବୋଲି ପଶାୟତ କହିଛନ୍ତି।

ଏସ୍‌ଆଇଟିର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ, ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଷିଶ ପାଣିପ୍ରାଗୀ, ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶକ ଡି.ପି.ଦାସ, ଇଡିର ସ୍ୱତନ୍ତ୍ର ନିର୍ଦ୍ଦେଶକ ଯୋଗେଶ ଗୁପ୍ତା, ଯୁଗ୍ମ ନିର୍ଦ୍ଦେଶକ ମାଧବ ମିଶ୍ର, ସିବିଆଇ ଏସ୍‌ପି ପ୍ରମୋଦ ମାଂଝୀ ଓ ଖଣି ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe