ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ମାଓ ପୋଷ୍ଟର, ସଂଗଠନ ନାଁରେ ଅର୍ଥ ହଡ଼ପ୍ ଅଭିଯୋଗ ନେଇ ମୃତ୍ୟୁଦଣ୍ଡ ଚେତାବନୀ

ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ମାଓ ପୋଷ୍ଟର, ସଂଗଠନ ନାଁରେ ଅର୍ଥ ହଡ଼ପ୍ ଅଭିଯୋଗ ନେଇ ମୃତ୍ୟୁଦଣ୍ଡ ଚେତାବନୀ

ଲାଞ୍ଜିଗଡ଼: ଅଞ୍ଚଳର କିଛି ବ୍ୟକ୍ତି ମାଓ ସଂଗଠନ ନାଁରେ ଅର୍ଥ ଆଦାୟ କରୁଥିବା ତଥ୍ୟ ସାମ୍ନାକୁ ଆସୁଛି। ୨୦୨୨ ଜୁନ ୨୪ ତାରିଖ କଳହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଜଳକ୍ରୀଡ଼ା ଗାଁର ଜଣେ ଯୁବକ ମାଓବାଦୀଙ୍କ ନାଁରେ ଅର୍ଥ ଆଦାୟ କରୁଥିବା ଅଭିଯୋଗରେ ଜେଲ୍ ଯାଇଥିଲା। ଏହାର ଗୋଟିଏ ମାସ ପରେ ପୁଣି ଲାଞ୍ଜିଗଡ଼ ବ୍ଲକ ସିକେରକୁପା ଫାଣ୍ଡି ଅଧୀନ ବାଲାପଦର ଗାଁର ଜଣେ ବ୍ୟକ୍ତି ଅର୍ଥ ଆଦାୟ କରୁଥିବା ଜଣାପଡ଼ିଛି। ଏହାକୁ ମାଓ ସଂଗଠନ ବିରୋଧ କରି ବ୍ଲକର ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିଥିବା ଦେଖିବାକୁ ମିଳିଛି। ମାଓବାଦୀଙ୍କ ନାଁରେ ସଂପୃକ୍ତ ବ୍ୟକ୍ତି ଜଣକ ୧୦ ଲକ୍ଷ ଟଙ୍କା ହଡପ୍ କରିଥିବା ନେଇ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦେବାକୁ ମାଓବାଦୀମାନେ ଚେତାବନୀ ଦେଇଛନ୍ତି।

ବୁଧବାର ଲାଞ୍ଜିଗଡ଼ ବ୍ଲକ ତଥା ନର୍ଲା ଥାନା କଦମଗୁଡ଼ା ପଞ୍ଚାୟତ କଦମଗୁଡ଼ା ଛକ, ଖିକ୍ସାଭଟା ଅଙ୍ଗନବାଡ଼ି କେନ୍ଦ୍ର, ଲାଞ୍ଜିଗଡରୋଡ଼ ପଞ୍ଚାୟତ ସିକେରକୁପା ବିଶ୍ରାମାଗାର ଓ ଲାଞ୍ଜିଗଡରୋଡ଼ ଜୁନିୟର କଲେଜ୍ କାନ୍ଥରେ ଏ ସମ୍ପର୍କରେ ପୋଷ୍ଟର ମାରିଥିବା ଦେଖିବାକୁ ମିଳିଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବଂଶୀଧାର, ଘୁମୁସର, ନାଗାବଳୀ ଡିଭିଜନାଲ କମିଟି ପକ୍ଷରୁ ଲଗାଯାଇଥିବା ପୋଷ୍ଟର ଗୁଡ଼ିକରେ କଦମଗୁଡ଼ା ପଞ୍ଚାୟତ ବାଲାପଦର ଗାଁର ପୀତାମ୍ବର ମାଝୀ ନାମକ ଜଣେ ବ୍ୟକ୍ତିଙ୍କୁ ଟାର୍ଗେଟ କରାଯାଇଛି।

publive-image

ମାଓ ସଂଗଠନ ନାଁରେ ଠିକାଦାରଙ୍କ ଠାରୁ ଅର୍ଥ ଆଦାୟ କରିବା ସହ ୧୦ଲକ୍ଷ ଟଙ୍କା ନିଜେ ରଖି ଦେଇଥିବା ନେଇ ଅଭିଯୋଗ କରି ତାଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡ ଦେବାକୁ ମାଓ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ତେବେ କଦମଗୁଡ଼ା ସମେତ ସିକେରକୁପା, ଖିକ୍ସାଭଟା, ଲାଞ୍ଜିଗଡ ରୋଡ଼ ମୁଖ୍ୟ ରାସ୍ତାରେ ପୋଷ୍ଟର ଲାଗିବା ପରେ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଗୁରୁଙ୍କ ନେତୃତ୍ୱରେ ପୁଲିସ୍ ଟିମ୍‌ ମାଓ ପୋଷ୍ଟର ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe