ମୋଦୀଙ୍କ ଜନ୍ମଦିନ‌ରେ ମାରାଥନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଉପଲକ୍ଷେ ଆସନ୍ତା ୨୧ ରେ ବିଜେପି ପକ୍ଷରୁ ଅନୁଷ୍ଠିତ ହେବ "ମୋଦୀ ଯୁବା ମାରାଥନ୍"। ଦେଶର ୭୫ଟି ସ୍ଥାନରେ ଏହି ମାରାଥନ ଆୟୋଜନ କରାଯିବ...

Marathon on Modi's birthday

Marathon on Modi's birthday Photograph: (sambad.in)

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଉପଲକ୍ଷେ ଆସନ୍ତା ୨୧ ରେ ବିଜେପି ପକ୍ଷରୁ ଅନୁଷ୍ଠିତ ହେବ "ମୋଦୀ ଯୁବା ମାରାଥନ୍"। ଦେଶର ୭୫ଟି ସ୍ଥାନରେ ଏହି ମାରାଥନ ଆୟୋଜନ କରାଯିବ। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ମାରାଥନର ଆୟୋଜନ କରାଯିବ।

ସେପ୍ଟେମ୍ବର ୨୧ ସକାଳ  ୬ଟା ୧୫ରେ କଳିଙ୍ଗ ଷ୍ଟାଡିୟମରୁ ବାହାରି ଜନତା ମଇଦାନ ଯାଏ ମାରାଥନ ଆୟୋଜନ କରାଯିବ। ଏଥିରେ ପ୍ରାୟ ୧୦ ହଜାର ଯୁବବର୍ଗ ସାମିଲ ହେବା ଲକ୍ଷ୍ୟ ରହିଛି।

ନିଶାମୁକ୍ତ ସମାଜ ଗଠନ ପାଇଁ ସଚେତନତା ସୃଷ୍ଟି କରିବା ମାରାଥନର ମୁଖ୍ୟ ଉଦ୍ଦେଶ୍ୟ। ସମସ୍ତ ଯୁବପିଢ଼ି କାର୍ଯ୍ୟକ୍ରମରେ ଯୋଡ଼ି ହେବାକୁ ବିଜେପି ଯୁବ ମୋର୍ଚ୍ଚା ଆହ୍ୱାନ ଦେଇଛି ବୋଲି ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା କହିଛନ୍ତି।

 Abhilash Panda | BJP | pm-narendra-modi 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe