Marijuana smuggling in bus: 2 youths arrested Photograph: (sambad.in)
ଜୟପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣାଠାରେ ଗଞ୍ଜେଇ ଚାଲାଣ ବେଳେ ଧରା ପଡିଲେ ଦୁଇ ଯୁବକ।ବିଶାଖାପାଟଣା ବସ୍ରେ ଗଞ୍ଜେଇ ଚାଲାଣ କରୁ ଥିବା ବେଳେ ଜୟପାଟଣା ଅବକାରୀ ବିଭାଗ ମାଡ଼ି ବସିଲା। ଗଞ୍ଜେଇ ସହ ଦୁଇ ଯୁବକ ଅଟକ ଥିବା ବେଳେ ଅବକାରୀ ବିଭାଗ ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ ସୋମବାର ସନ୍ଧ୍ୟାରେ ଭବାନୀପାଟଣାରୁ ମୁଖୀଗୁଡା,ଲଡୁ ଗାଁ ଭାୟା ଦେଇ ବିଶାଖାପାଟଣା ଯାଉଥିବା ଓଡ଼ି ୦୮ ଆର ୧୯୫୨ ନମ୍ବର ଓଏସଆରଟିସି ବସ୍ରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ବିଶ୍ବସ୍ତ ସୂତ୍ରରୁ ଅବକାରୀ ବିଭାଗ ଖବର ପାଇଥିଲା ।
ଏନେଇ ଅବକାରୀ ବିଭାଗ ପକ୍ଷରୁ ମୁଖୀଗୁଡା ପଟୁ ଆସୁଥିବା ବସ୍କୁ ଜୟପାଟଣା ରାଜବାଟି ଛକରେ ବସ୍କୁ ଯାଞ୍ଚ କରିଥିବା ବେଳେ ଦୁଇ ଜଣ ଯୁବକ ଗଞ୍ଜେଇ ଚାଲାଣ କରୁଥିବା ଜଣାପଡ଼ିଥିଲା।
ପ୍ରାଥମିକ ସୂଚନା ଅନୁସାରେ ଯୁବକ ଦୁହେଁ ବାହାର ରାଜ୍ୟର ହୋଇଥିବା ବେଳେ ଜବତ ଗଞ୍ଜେଇ ପରିମାଣ ହାରାହାରି ୧୦ ରୁ ୧୫ କେଜି ହେବ ବୋଲି ଅନୁମାନ କରା କରା ଯାଉଥିବା ବେଳେ କେଉଠି କି ଯାଉଥିଲା କେଉଠୁ ଆସୁଥିଲା ସବେଶେଷ ତଦନ୍ତ ଜୟପାଟଣା ଅବକାରୀ.ବିଭାଗ ଆରମ୍ଭ କରିଛି।
Kalahandi | Crime
Follow Us