ବ୍ୟବସାୟୀଙ୍କ ଗାଡ଼ି ଭାଙ୍ଗିବା ନେଇ ମାର୍କେଟ ବିଲ୍ଡିଂରେ ଉତ୍ତେଜନା, ବୁଧବାର ପୂର୍ବାହ୍‌ଣରେ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଖୋଲିବ ବଜାର

Advertisment
ବ୍ୟବସାୟୀଙ୍କ ଗାଡ଼ି ଭାଙ୍ଗିବା ନେଇ ମାର୍କେଟ ବିଲ୍ଡିଂରେ ଉତ୍ତେଜନା, ବୁଧବାର ପୂର୍ବାହ୍‌ଣରେ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଖୋଲିବ ବଜାର

ଭୁବନେଶ୍ବର: ରାଜଧାନୀର ଲୋକପ୍ରିୟ ବଜାର ‘ମାର୍କେଟ ବିଲ୍ଡିଂ’କୁ ବ୍ୟବସାୟୀ ସଂଘ ମଙ୍ଗଳବାର ଅପରାହ୍‌ଣରେ ବନ୍ଦ କରି ଦେଇଛି। ଏଠାରେ ଜଣେ ବ୍ୟବସାୟୀଙ୍କ ଗାଡ଼ି ଭଙ୍ଗାରୁଜା ନେଇ ଉତ୍ତେଜନା ଦେଖାଯିବା ପରେ ସଂଘ ଏଭଳି ପଦକ୍ଷେପ ନେଇଛି। ସଂଘ ତରଫରୁ କୁହାଯାଇଛି ଯେ, ମାର୍କେଟ ବିଲ୍ଡିଂରେ ଦିନକୁ ଦିନ ଉଠାଦୋକାନୀଙ୍କ ଦୌରାତ୍ମ୍ୟ ବଢ଼ି ବଢ଼ିି ଚାଲିଛି। ଉଠାଦୋକାନୀ ମାନଙ୍କ ପାଇଁ ବିଭିନ୍ନ ସମୟରେ ଅଘଟଣ ଘଟୁଛି। ଆଜିର ଅଘଟଣ ପରେ ସଂଘ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି।

publive-image

ମାର୍କେଟ ବିଲ୍ଡିଂ ମଝିରେ ଥିବା ଫୁଟ୍‌ପାଥ ରାସ୍ତା ଉପରେ ଜୋର ଜବରଦସ୍ତ ବସି ଏହି ଉଠା ଦୋକାନୀ ବ୍ୟବସାୟ କରିବା ସହ ଅରାଜକତା ସୃଷ୍ଟି କରିଥିଲେ। ଆଜି ଜଣେ ବ୍ୟବସାୟୀଙ୍କ ଗାଡି ଭାଙ୍ଗିବା ସହ ଗାଳି ଗୁଲଜ କରିଥିଲେ ଜୈନେକ ଉଠାଦୋକାନୀ ମହିଳା। ତାକୁ କେନ୍ଦ୍ର କରି ଗଣ୍ଡୋଗଳ ହୋଉଥିଲା। ଘଟଣା ସ୍ଥଳରେ ବିଏମ୍‌ସି ଓ କ୍ୟାପିଟାଲ ଥାନା ପୁଲିସ ପହଞ୍ଚିଛନ୍ତି। ଆସନ୍ତାକାଲି ଦିନ ୧୧ଟା ସମୟରେ ବ୍ୟବସାୟୀ ସଂଘ, ବିଏମ୍‌ସି ଅଧିକାରୀ ଓ ପୁଲିସର ବୈଠକ ହେବ। ଏହା ପରେ ମାର୍କେଟ ବିଲ୍ଡିଂ ଖୋଲିବା ନେଇ ନିଷ୍ପତ୍ତି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe