ଆସନ୍ତାକାଲିଠାରୁ ଖୋଲିବ ୟୁନିଟ୍‌-୨ ମାର୍କେଟ ବିଲ୍ଡିଂ

ଆସନ୍ତାକାଲିଠାରୁ ଖୋଲିବ ୟୁନିଟ୍‌-୨ ମାର୍କେଟ ବିଲ୍ଡିଂ

ଭୁବନେଶ୍ବର: ଆସନ୍ତାକାଲିଠାରୁ ଖୋଲିବ ମାର୍କେଟ ବିଲ୍ଡିଂ । ବିଏମସି ସହିତ ବ୍ୟବସାୟିକ ସଂଘର ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି। ମାର୍କେଟ ବିଲ୍ଡିଂ ବ୍ୟବସାୟୀ ସଂଘର ସୂଚନା ଅନୁସାରେ ମାର୍କେଟ ବିଲ୍ଡିଂ ପରିସରରେ ଉଠା ଦୋକାନୀ ବସିବା ପ୍ରସଙ୍ଗ ନେଇ ବିବାଦ ଆରମ୍ଭ ହୋଇଥିଲା। ଏହି କାରଣରୁ ପ୍ରତିବାଦ ସ୍ବରୂପ ଜୁଲାଇ ୩୧ରୁ ଆଜି ପର୍ଯ୍ୟନ୍ତ ବନ୍ଦ ରହିଥିଲା ମାର୍କେଟ ବିଲ୍ଡିଂ। ବିଏମସି ଓ ବ୍ୟବସାୟ ସଂଘର ବାରମ୍ବାର ଆଲୋଚନା ସତ୍ତ୍ୱେ କିଛି ନିଷ୍କର୍ଷ ବାହାରି ପାରୁ ନଥିଲା ।

ଆଜି ସହିଦନଗର ସ୍ଥିତ ସ୍ମାର୍ଟସିଟି ଅଫିସରେ ମିଳିତ ବୈଠକ ବସିଥିଲା । ଏହି ବୈଠକ ପରେ ମାର୍କେଟ ବିଲ୍ଡିଂ ବ୍ୟବସାୟୀ ସଂଘର ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା କହିଛନ୍ତି,  ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା। ବିଶେଷ କରି ଆସନ୍ତା ୭ ଦିନ ପର୍ଯ୍ୟନ୍ତ ନିୟମିତ ଭାବରେ ପୁଲିସ ପେଟ୍ରୋଲିଂ ଓ ବିଏମସିର ମିଳିତ ଚଢ଼ଉ ଜାରି ରହିବ । ପ୍ରଥମ ପର୍ଯ୍ୟାୟରେ ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ ସହ ଜଣେ ଏଏସଆଇ ଅଧିକାରୀ ଏହାର ସୁରକ୍ଷା ଦାୟିତ୍ୱରେ ରହିବେ। ପରେ ମାସକ ପର୍ଯ୍ୟନ୍ତ ଏହି ପେଟ୍ରୋଲିଂ ଚାଲୁ ରହିବ । ଏହାସହିତ ବ୍ୟବସାୟୀ କହିଛନ୍ତି ୪ ଦିନ ଭିତରେ ଯେତିକି କ୍ଷତି ନହୋଇଛି ମାର୍କେଟ ବିଲ୍ଡିଂର ପରିଚୟ ଓ ଛବି ମଳିନ ପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe